Below header

କରୋନା ଭାଇରସ ଚିକିତ୍ସା ଆଶା ଉଜ୍ଜୀବିତ ହେଲା, ରକ୍ତରୁ ଭାଇରସ୍‌କୁ ଅଲଗା କଲେ କାନାଡା ଗବେଷକ

କେ.ନ୍ୟୁଜ୍‌ ବ୍ୟୁରୋ: କାନାଡାର ଏକ ଗବେଷକ ଦଳ କରୋନା ଭାଇରସ୍‌କୁ ଅଲଗା କରିପାରଛନ୍ତି । ଯାହା ଫଳରେ କରୋନା ଭାଇରସର ଚିକିତ୍ସା ପାଇଁ ଆଶା ଉଜ୍ଜୀବିତ ହୋଇଛି ବୋଲି ଏହି ଗବେଷକମାନେ ପ୍ରକାଶ କରିଛନ୍ତି ।

ଏହି ଗବେଷକଙ୍କ ମଧ୍ୟରେ ଅରିଞ୍ଜୟ ବାନାର୍ଜୀ ନାମକ ଜଣେ ଭାରତୀୟ ଡାକ୍ତରୀ ଛାତ୍ର ଥିବା ଜଣାଯାଇଛି । ଟରୋଣ୍ଟୋ ସନି ବ୍ରୁକ୍‌ ଚିକିତ୍ସାଳୟର ଏହି ଗବେଷକମାନେ ୨ଜଣ କରୋନା ରୋଗୀଙ୍କ ରକ୍ତ ନମୂନା ଉପରେ ଗବେଷଣା ଜାରି ରଖିଥିଲେ ।

ସେମାନେ ରକ୍ତରୁ ଭାଇରସ୍‌କୁ ଅଲଗା କରିବାରେ ସକ୍ଷମ ହେବା ସହ ଭାଇରସ୍‌ର ଗତିବିଧି ଉପରେ ଗବେଷଣା କରିଥିଲେ ।
ଏହାଦ୍ୱାରା ସେମାନେ ଖୁବ୍‌ ଶୀଘ୍ର କରୋନା ଚିକିତ୍ସାରେ ସଫଳ ହେବେ ବୋଲି ପ୍ରକାଶ କରିଛନ୍ତି । ଶ୍ରୀ ବାନାର୍ଜୀ ବର୍ତ୍ତମାନ ସେଠାରେ ସଂକ୍ରମିତ ରୋଗ ଉପରେ ଗବେଷଣା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.