Below header

ଦୁନିଆ କଣ ଜାଣିନଥିବା କୁନି ଝିଅ ବୁଝିସାରିଛି ଜୀବନ କଣ, ପରିବାର ଚଳାଇବାକୁ ରାସ୍ତା କଡରେ ବସି ବିକୁଛି ହାଣ୍ଡିଆ

ଦୁନିଆ କଣ ଭଲଭାବରେ ଜାଣିନଥିବାବେଳେ ଏହି ବୟସରେ ବୋଧ ହୁଏ କୁନି ଝିଅଟି ବୁଝି ସାରିଛି ଜୀବନର ମାନେ କଣ? ହାଣ୍ଡିଆକୁ ନିଜ ରୋଜଗାରର ପନ୍ଥା ଭାବି ନେଇଛି ଏହି କୁନି ଝିଅଟି। ମୟୁରଭଞ୍ଜ ଜିଲ୍ଲା ବିଶୋଇ ଲୁହାକନୀ ପଞ୍ଚାୟତ କୁଣ୍ଡୁରା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ। କୁନି ଝିଅଟି ରାସ୍ତା ଉପରେ ବସି ବିକୁଛି ହାଣ୍ଡିଆ। ଦେଖିବାକୁ ଟିକେ ଅଜବ ଲାଗୁଥିଲେ ବି ପରିସ୍ଥିତି କରିଦେଇଛି ଏମିତି। ତାହେଲେ ଆସନ୍ତୁ ଜାଣିବା ଏମିତି କେଉଁ ପରିସ୍ଥିତି ଏତେ କମ୍‌ ବୟସର ଝିଅକୁ ଏମିତି କରିବାକୁ ବାଧ୍ୟ କରିଦେଇଛି।

salgeଆମେ ଆପଣଙ୍କୁ କହୁଛୁ ୧୩ ବର୍ଷର କୋମଳମତି ଝିଅ ସାଲଗେ ସୋନେଙ୍କ କଥା। ଏତେ କମ୍‌ ବୟସରେ ତା ଉପରେ ପରିବାରର ବୋଝ। ୫ ମାସ ହେଲା ବାପା ଯକ୍ଷ୍ମା ରୋଗରେ ଶଯ୍ୟାଶାୟୀ ଥିଲେ। ବାପାଙ୍କୁ ଛାଡି ମା ମଧ୍ୟ ମୂଲ ଲାଗିବାକୁ ଯାଇପାରୁନଥିଲେ। ପାଖରେ ଯାହା ଦି ପଇସା ଥିଲା ସେ ବି ଧିରେ ଧିରେ ସରିଗଲା। ଭୋକରେ ଦିନ କାଟୁଥିଲେ ସାଲଗେର ପରିବାର। ଶେଷରେ ଏହି କୁନି ଝିଅଟି ନିଜେ ରୋଜଗାର କରିବାକୁ ମନସ୍ଥ କରି ଜଙ୍ଗଲରୁ କାଠ ଆଣି ହାଣ୍ଡିଆ ତିଆରି କରି ରାସ୍ତା କଡରେ ବିକିବା ଆରମ୍ଭ କଲା। ପରିବାରର ସବୁ ଦାୟିତ୍ୱ ନିଜ କାନ୍ଧକୁ ନେଲେ। ନିଜେ ସପ୍ତମ ଶ୍ରେଣୀରେ ପଢ଼ୁଛି ସାଲଗେ, ଆଉ ଶିକ୍ଷାର ଅର୍ଥକୁ ସେ ବୁଝିଛି ସେଥିପାଇଁ ଏହି ହାଣ୍ଡିଆ ବିକା ଟଙ୍କାରେ ସେ ନିଜ ପଢ଼ା ସାଙ୍ଗକୁ ସାନ ଭାଇଙ୍କୁ ପାଠ ପଢ଼ାଉଛି।

salgeରୋଗାଗ୍ରସ୍ତ ବାପାଙ୍କ ଚିକିତ୍ସା ଖର୍ଚ୍ଚର ବୋଝ ମଧ୍ୟ ତା ଉପରେ ଥିଲା। କିନ୍ତୁ ବାପା ବୋଧ ହୁଏ ଆଉ ଝିଅକୁ କଷ୍ଟ ଦେବାକୁ ଚାହୁଁଲେନି ସେଥିପାଇଁ ବାପା ଚନ୍ଦ୍ର ସୋରେନଙ୍କ ମଧ୍ୟ ଅକାଳ ମୃତ୍ୟୁ ଘଟିଲା। ସାଲଗେଙ୍କ ହାଣ୍ଡିଆ ବିକା ପଇସା ବାପାଙ୍କୁ ବଞ୍ଚାଇ ପାରିଲା ନାହିଁ । ଚିକିସ୍ଥା ଖର୍ଚ୍ଚ ଓ ଘରର ପ୍ରତିପୋଷଣ ସେହି ହାଣ୍ଡିଆ ବିକା ପଇସାରେ ବା କେମିତି ସମ୍ଭବ ହୋଇ ପାରିଥାନ୍ତା । ସେହି କୁନି ଝିଅଙ୍କ କଥା ଭାବିଲେ ସତେ ଯେମିତି ଲାଗେ ଏ ଦୁନିଆରେ ଗରିବ ହେବା ଟା ପାପ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.