ବୈଜ୍ଞାନିକଙ୍କୁ ବଡ଼ ସଫଳତା, ଜଣାପଡ଼ିଲା ଶରୀରର କୋଷିକାକୁ କେମିତି ସ୍ଥାଣୁ କରିଦିଏ କରୋନା

କରୋନା ଭାଇରସ୍‌ କବଳରୁ ମୁକ୍ତି ପାଇବାକୁ ବୈଜ୍ଞାନିକମାନେ ଲଗାତାର ପ୍ରୟାସ ଜାରି ରଖିଛନ୍ତି। ଇତି ମଧ୍ୟରେ ବୈଜ୍ଞାନିକଙ୍କୁ କରୋନା ଭାଇରସ୍‌ର ଅନୁସରଞ୍ଚନା ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। କରୋନା ଭାଇରସ୍‌ କୋଷିକା ମଧ୍ୟରେ କିଭଳି ଭାବେ ଲୁଚି ନିଜ ଆନୁବଂଶିକ ଅନୁକ୍ରମ ତିଆରି କରେ ତାହା ଏହି ରିସର୍ଚ୍ଚରେ ଜଣାପଡ଼ିଛି।

Why is coronavirus so frighteningly successful? | Coronavirus ...

ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ନୂତନ ତଥ୍ୟ କୋଭିଡ୍‌-୧୯ ବିରୋଧରେ ମେଡିସିନ୍‌ ତିଆରି କରିବାରେ ବିଶେଷ ସହାୟକ ହେବ। ଏହି ରିସର୍ଚ୍ଚରେ ଭାରତୀୟ ବୈଜ୍ଞାନିକମାନେ ଅଂଶଗ୍ରହଣ କରିଛନ୍ତି। ନେଚର କମ୍ୟୁନିକେସନ୍‌ ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନ ମୁତାବକ ଅଣୁ ଏନ୍‌ଏସ୍‌ପି ୧୦ ମୂଳ କୋଷିକାର ଏମ୍‌ଆରଏନ୍‌ଏର ନକଲ କରିବା ପାଇଁ ବିଷାଣୁ ଜନିତ ଏମ୍‌ଆରଏନ୍‌ଏରେ କେତେକ ପରିବର୍ତ୍ତନ କରିଥାଏ।

કોરોના સંકટમાં વૈજ્ઞાનિકોને મળી વધુ ...

ଅନ୍ୟପଟେ ଆମେରିକାରର ସେନ୍‌ ଏଣ୍ଟୋନିୟୋରେ ଦ ୟୁନିଭର୍ସିଟି ଅଫ୍‌ ଟେକ୍‌ସାସ୍‌ ହେଲ୍‌ଥ ସାଇନ୍ସ ସେଣ୍ଟରର ବିଶେଷଜ୍ଞମାନେ କହିଛନ୍ତି ଏହି ପରିବର୍ତ୍ତନ ଏନ୍‌ଏସ୍‌ପି ୧୦ ବିଷାଣୁକୁ ମୁଖ୍ୟ କୋଷିକାର ପ୍ରତିରକ୍ଷା କୋଷିକାରୁ ରକ୍ଷା କରିଥାଏ।

ରିସର୍ଚ୍ଚରଙ୍କ ମୁତାବକ ଏନ୍‌ଏସ୍‌ପି୧୬ର ଥ୍ରୀଡି ସରଞ୍ଚନାକୁ ବୁଝିଲେ ନୂଆ କରୋନା ଭାଇରସ୍‌ ସାର୍ସ ସିଓବି-୨ ଓ ଅନ୍ୟ କରୋନା ଭାଇରସ୍‌ ସଂକ୍ରମଣ ବିରୋଧରେ ନୂଆ ଔଷଧ ପ୍ରସ୍ତୁତ କରିବା ରାସ୍ତା ଉନ୍ମୁକ୍ତ ହେବ। ସେ କହିଛନ୍ତି ଏହି ମେଡିସିନ୍‌ ଏମିତି ତିଆରି ହେବ ଯାହା ଏନ୍‌ଏସ୍‌ପି ୧୬ର ପରିବର୍ତ୍ତନକୁ ରୋକିବ ଓ ବିଷାଣୁକୁ ଚିହ୍ନଟ କରି ତା’ ଉପରେ ଆକ୍ରମଣ କରିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.