Below header

ମଦ୍ୟପ ପୁଅର ଛୁରା ମାଡରେ ଗଲା ବୃଦ୍ଧା ମାଆର ଜୀବନ, ଝିଅ ଓ ନାତି ଆହତ

କନ୍ଧମାଳ: ମଦ୍ୟପ ପୁଅର ଛୁରା ମାଡରେ ଗଲା ବୃଦ୍ଧ ମାଆର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବିଶିପଡା ଗ୍ରାମ ପଂଚାୟତର ବେହେରାପଦର ଗାଁରେ। ପୂର୍ବରୁ ମଟରସାଇକେଲ ଭଙ୍ଗାକୁ କେନ୍ଦ୍ର କରି ଗତକାଲି ଭାଗୀରଥି ବେହେରା ଗାଡିର ଟଙ୍କା ମାଗିବାକୁ ଆସି ଧମକ ଦେଇ ଯାଇଥିଲା। ଗତ ରାତିରେ ଭାଗୀରଥି ମଦ ପିଇ ଭଣଜା ଘରକୁ ଆସି ଗଣ୍ଡଗୋଳ କରିବା ସହ ଭଉଣୀ ଓ ଦୁଇ ଭଣଜାଙ୍କୁ ଛୁରୀରେ ଆକ୍ରମଣ କରିଥିଲା।

ସେମାନଙ୍କୁ ବଂଚାଇବାକୁ ଯାଇ ଭାଗୀରଥିର ମାଆ ଉର୍ମିଳା ବେହେରା ଆଗକୁ ଆସିଯିବାରୁ ଛୁରୀ ଭୂଷି ହୋଇଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଭାଗୀରଥି ଫେରାର ହୋଇଯାଇଥିବା ଜଣାପଡିଛି। ପରେ ଖବର ପାଇ ସଦର ଥାନା ପୋଲିସ ଆହତଙ୍କୁ ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ବହୁ ଖୋଜାଖୋଜି ପରେ ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.