ଭାରତରେ ଲଞ୍ଚ ହେଲା ଦୁଇଟି ଶସ୍ତା True Wireless Earbuds, ମୂଲ୍ୟ ମାତ୍ର ୧,୪୯୯ ଟଙ୍କା

ଆଜିକାଲି Earphone ଅପେକ୍ଷା Earbuds ର ଚାହିଦା ବଜାରରେ ଅଧିକ ରହିଛି । ଏହି ସମୟରେ Tecno ଓ Infinx ଉଭୟ ସ୍ମାର୍ଟଫୋନ କମ୍ପାନୀ ନିଜର ପ୍ରଥମ True wireless earbuds ଲଞ୍ଚ କରିଛନ୍ତି।

Tecno :

ଲାଟେଷ୍ଟ ଫିଚର ଓ ଦମଦାର ବ୍ୟାଟେରୀ ସହିତ Tecno କମ୍ପାନୀ ଲଞ୍ଚ କରିଛି ନିଜର ପ୍ରଥମ True wireless earbuds Hipods H2 । ଏହି earbuds ବଜେଟ ସେଗମେଣ୍ଟ ହୋଇଥିବାରୁ ଏହାକୁ ସମସ୍ତ ବର୍ଗର ଲୋକ କିଣି ପାରିବେ । ବାହାରୁ କୌଣସି ପ୍ରକାରର ଶବ୍ଦ ଶୁଣାନଯିବା ପାଇଁ ଏଥିରେ ନଏଜ କେନ୍ସିଲେସନ ଫିଚର ମଧ୍ୟ ରହିଛି ।

earbuds

୨୭ ଜୁଲାଇରୁ ବିକ୍ରି ଆରମ୍ଭ ହେବାକୁ ଯାଉଥିବା ଏହି Tecno Hipods H2ର ଦାମ୍‌ ୧,୯୯୯ ଟଙ୍କା ରଖାଯାଇଛି। ମ୍ୟୁଜିକ ଏବଂ କଲିଙ୍ଗ ସିଷ୍ଟମ କୁ କଣ୍ଟ୍ରୋଲ କରିବା ପାଇଁ ଟଚ୍‌ର ମଧ୍ୟ ସୁବିଧା ଏଥିରେ ରହିଛି । ଗୀତ ବା କଲିଙ୍ଗ ସମୟରେ ଅଧିକ ଭଲ ସାଉଣ୍ଡ କ୍ୱାଲିଟି ପାଇଁ ଏଥିରେ ଆଢଭାନ୍ସ ଅଡିଓ କୋଡିଙ୍ଗ (AAC) ଟେକନୋଲଜିକୁ ଆଡ କରାଯାଇଛି । ତେବେ ଓ୍ଵାଟର ରେସିଣ୍ଟେଟ ପାଇଁ Tecno Hipods H2କୁ IPX4 ସାର୍ଟିଫିକେଟ ମଧ୍ୟ ପ୍ରାପ୍ତ ହୋଇଛି । 45mAh ପାଓ୍ଵାର ବ୍ୟାଟେରିର ସୁବିଧା ଥିବାରୁ ଏଥିରେ ଅଧିକ ସମୟ ପର୍ଯ୍ୟନ୍ତ ର୍ଚାଜ ରହିପାରିବ । ମାତ୍ର ୧୫ ମିନିଟର ଚାର୍ଜ କଲେ ଏହାକୁ ୨ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ।

କମ୍ପାନୀର କହିବା ଅନୁସାରେ ଏଥିରେ ସ୍ମାର୍ଟ ପପ୍‌ଅପ ଇଣ୍ଟରଫେସର ସୁବିଧା ରହିଛି ଯାହା ଦ୍ୱାରା ଆପଣ ଏହାକୁ ସ୍ମାଟଫୋନରେ କନେକ୍ଟ କରି ଇଣ୍ଟରନେଟର ପ୍ରୟୋଗ ମଧ୍ୟ କରିପାରିବେ । ସେହିପରି 120ms ଲେଟେସି ଥିବା 5.0 ବ୍ଳୁଟୁଥ ମଧ୍ୟ ଏଥିରେ ରହିଛି।

infix

Infinx :

Infinx କମ୍ପାନୀ ନିଜର ପ୍ରଥମ True wireless earburds କୁ Snoker ବ୍ରାଣ୍ଡ ସହିତ ଲଞ୍ଚ କରିଥିବାରୁ ଏହାର ନାମ Snoker iRocker ରଖିଛି। ୩୧ ଜୁଲାଇରୁ ଅନଲାଇନ ସପିଙ୍ଗ େଓ୍ଵବସାଇଟ Flipkart ରେ ଏହା ବିକ୍ରି ହେବ। ବ୍ଲୁ ଓ ହ୍ଵାଇଟ କଲର ଅପସନ ରହିଥିବା ଏହି Snoker iRocker ର ଦାମ୍‌ ମାତ୍ର ୧,୪୯୯ ଟଙ୍କା । ଏହି ଇଅରବଡର ଓଜନ ୪.୬ ଗ୍ରାମ ରହିଛି । କାନକୁ ଆରାମ ଲାଗୁଥବାରୁ ଏହାକୁ ଜିମ ଓ ଜଗିଂ କଲା ବେଳେ ମଧ୍ୟ ବ୍ୟବହାର କରିପାରିବେ ।

ଏଥିରେ IPX4 ରେଟିଂ ଥିବାରୁ ପାଣି ଛିଟା କିମ୍ବା ଝାଳ ଲାଗି ଖରାପ ହେବାର ଭୟ ନାହିଁ। ଏଥିରେ ଉନ୍ନତ ସାଉଣ୍ଡ କ୍ୱାଲିଟି ପାଇଁ Hi-Fi ସ୍ପିକର ଓ ଡାଏନାମିକ ବାସ ବୁଷ୍ଟ ମଧ୍ୟ ଏଥିରେ ରହିଛି। 3000 mAh ର ବ୍ୟାଟେରୀ ରହିଥିବାରୁ ଏଥିରେ ୨୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟାକଅପ ରହିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.