ଦୂର ହେଲା ରଜନୀଙ୍କ ଦୁଃଖ, ଏସସିବିରେ ହେଲା ଅସ୍ତ୍ରୋପଚାର

କଟକ(କେନ୍ଯୁଜ୍) : ଦୀର୍ଘବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେଉଥିବା ରଜନୀ ବରିହାଙ୍କର କଟକ ଏସସିବିରେ ଅସ୍ତ୍ରୋପଚାର କରାଯାଇଛି । ଦୀର୍ଘ ୬ ଘଣ୍ଟାର ଅସ୍ତ୍ରୋପ୍ରଚାର ସଫଳ ହୋଇଥିବା ଡାକ୍ତରୀ ଟିମ ସୂଚନା ଦେଇଛନ୍ତି । ଏନେଇ ରଜନୀଙ୍କ ପରିବାର ମଧ୍ୟ ବେଶ ଖୁସି ଅଛନ୍ତି ।

ବରଗଡ ଜିଲ୍ଳା ଗାଇସିଲଟ ବ୍ଲକ ଅରଗଢି ଗାଁର ରଜନୀ ବରିହା । ତାଙ୍କ ମୁହଁର ବାମ ପଟେ ଅସ୍ୱାଭାବିକ ଭାବେ ମାଂସ ବଢିବାରେ ଲାଗିଥିଲା । ବାମ ଆଖି ଉପରେ ମାଂସ ବଢିଯିବାରୁ ଦେଖିବା ମଧ୍ୟ କଷ୍ଟକର ହୋଇଥିଲା । ଆର୍ଥୀକ ଅନଟନ ମଧ୍ୟରେ ରଜନୀଙ୍କୁ ସଠିକ ଚିକିତ୍ସା ମିଳିପାରିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.