Below header

ଓଡିଶାରେ ରାଜସ୍ଥାନୀ ଚୋରଣୀ, ଭିଡ ଭିତରେ ଲୋକ ଗହଳୀର ଫାଇଦା ଉଠାଇ ଲୁଟୁଛନ୍ତି ମନି ପର୍ସ ଓ ମୋବାଇଲ

ମକର ସଂକ୍ରାନ୍ତି ଭିଡ ଭିତରେ ଟିକେ ଦେଖିକି ଚାଲନ୍ତୁ ଆଜ୍ଞା । ନଚେତ ଆପଣଙ୍କୁ ବି ଚୂନା ଲଗାଇ ପାରନ୍ତି ଏହି ଦୁଇ ମହିଳା । ଇଏ ଏମିତି ସେମିତି ଚୋରଣୀ ନୁହଁନ୍ତି, ଓଡିଶାରେ ଲୁଟିବାକୁ ଆସିଛନ୍ତି ରାଜସ୍ଥାନୀ ଲୁଟେରା ।

ଆଠଗଡ (କେନ୍ୟୁଜ) : ମକର ସଂକ୍ରାନ୍ତି ଭିଡ ଭିତରେ ଟିକେ ଦେଖିକି ଚାଲନ୍ତୁ ଆଜ୍ଞା । ନଚେତ ଆପଣଙ୍କୁ ବି ଚୂନା ଲଗାଇ ପାରନ୍ତି ଏହି ଦୁଇ ମହିଳା । ଇଏ ଏମିତି ସେମିତି ଚୋରଣୀ ନୁହଁନ୍ତି, ଓଡିଶାରେ ଲୁଟିବାକୁ ଆସିଛନ୍ତି ରାଜସ୍ଥାନୀ ଲୁଟେରା । ଭିଡ ଭିତରେ ଲୋକ ଗହଳୀର ଫାଇଦା ଉଠାଇ ଏହି ଦୁଇ ମହିଳା ଲୁଟୁଥିଲେ ଲୋକଙ୍କୁ । କାହାର ମନି ପର୍ସ ତ ଆଉ କାହାର ମୋବାଇଲ ଚୋରେଇ ନେଉଥିଲେ ଏହି ଦୁଇ ଚୋରଣୀ ।

ଏହି ଦୁଇ ଚୋରଣୀ ଧରାପଡିଛନ୍ତି ଧବଳେଶ୍ୱର ପୀଠରୁ । ମକର ସଂକ୍ରାନ୍ତି ଭିଡର ସୁଯୋଗ ନେଇ ଲୁଟ୍ କଲେ ମନିପର୍ସ ଓ ମୋବାଇଲ୍ । ଅନେଅକ ଲୋକ ଏହି ଲୁଟେରାଙ୍କ ଶିକାର ହୋଇଛନ୍ତି । ଲୋକମାନଙ୍କୁ ଏମିତି ହଇରାଣ ହେଉଥିବାର ଦେଖି ଲୋକଙ୍କ ଅସନ୍ତୁଷ୍ଟକୁ ନଜରରେ ରଖି ପୋଲିସକୁ ଏ ବିଷୟରେ ଅବଗତ କରାଯାଇଥିଲା । ଯାହାପରେ ସିସିଟିଭି କ୍ୟାମେରା ଆଧାରରେ ଦୁଇ ଚୋରଣୀଙ୍କୁ ଧରିଛି ପୋଲିସ । ଦୁଇ ମହିଳା ଲୁଟେରାଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ ।

ତେବେ ଘଟଣାସ୍ଥଳରୁ ଜଣେ ଲୁଟେରା ଫେରାର ହୋଇଯାଇଥିବାବେଳେ ଅଟକ ଥିବା ଲୁଟେରା ରାଜସ୍ଥାନ ଅଞ୍ଚଳର ବୋଲି ସୂଚନା ରହିଛି । ପୋଲିସ ପକ୍ଷରୁ ଧବଳେଶ୍ୱର ପୀଠର ବିଭିନ୍ନ ସ୍ଥାନରେ ଛାନଭିନ୍‌ ଜାରୀ ରହିଛି ।

ତେବେ ଦେଖନ୍ତୁ ଏମାନଙ୍କ ଠାଣି । କେମିତି ଭଲ ପୋଷାକ ସାଙ୍ଗକୁ ମୁହଁରେ ମେକଅପ୍‌ ଓଠରେ ଲିପଷ୍ଟିକ ଲଗାଇ ଏକଦମ୍‌ ସାଧାରଣ ଲୋକଙ୍କ ଭଳି ଆଚରଣ କରୁଛନ୍ତି । କାହାକୁ ବା କାହିଁକି ଏମାନଙ୍କୁ ଦେଖିଲେ ସନ୍ଦେହ ହେବ। ଆଜି ମକର ସଂକ୍ରାନ୍ତି ଥିବାରୁ ଧବଳେଶ୍ୱର ପୀଠରେ ଭୀଷଣ ଭିଡ ହୋଇଥିଲା ଭକ୍ତଙ୍କର । ଯାହାର ଭରପୂର ଫାଇଦା ଉଠାଇବାକୁ ପହଁଚି ଯାଇଥିଲେ ଏହି ରାଜସ୍ଥାନୀ ଚୋରଣୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.