ମକର ସଙ୍କରାନ୍ତି ପାଇଁ ନୀଳକଣ୍ଠେଶ୍ୱର ଶୈବପୀଠ ଚଳଚଞ୍ଚଳ, ଲାଗିଛି ଭକ୍ତଙ୍କ ଭିଡ଼

ମକର ସଙ୍କ୍ରାନ୍ତି ଅବସରରେ ସମଗ୍ର କେନ୍ଦୁଝର ଜିଲ୍ଲା ଉତ୍ସବ ମୁଖରିତ ହୋଇଥାଏ । ଏହି ଅବସରରେ ଘଟଗାଁ ବ୍ଲକ ଅନ୍ତର୍ଗତ ବରହାଟିପୁରା ପ୍ରସିଦ୍ଧ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ଜିଲ୍ଲା ତଥା ଜିଲ୍ଲା ବାହାରରୁ ବହୁ ଭକ୍ତଙ୍କ ସମାଗମ ହୋଇଛି ।

ମକର ସଙ୍କ୍ରାନ୍ତି ଅବସରରେ ସମଗ୍ର କେନ୍ଦୁଝର ଜିଲ୍ଲା ଉତ୍ସବ ମୁଖରିତ ହୋଇଥାଏ । ଏହି ଅବସରରେ ଘଟଗାଁ ବ୍ଲକ ଅନ୍ତର୍ଗତ ବରହାଟିପୁରା ପ୍ରସିଦ୍ଧ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ଜିଲ୍ଲା ତଥା ଜିଲ୍ଲା ବାହାରରୁ ବହୁ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତ ମାନେ ପ୍ରଭୁ ନୀଳକଣ୍ଠେଶ୍ୱରଙ୍କ ଦର୍ଶନ ପରେ ମନ୍ଦିର ତଳେ ଥିବା ଗୁମ୍ଫା ଭ୍ରମଣ କଲେ ପାପ ଧୋଇ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥି ସହିତ ଆଗାମୀ ୧୫ ଦିନ ପାଇଁ ଏଠାରେ ଏକ ମକରମେଳା ଅନୁଷ୍ଠିତ ହୋଇଥାଏ । କିମ୍ବଦନ୍ତୀ ଅନୁସାରେ ରାବଣ ନାମକ ଜଣେ ଶବର ଆଳୁ ଖୋଳୁଥିବା ସମୟରେ ପ୍ରଭୁଙ୍କ ଉପରେ କୋଡି ବାଜିବାରୁ ଶୀବ ଲିଙ୍ଗରୁ ରକ୍ତ ଶ୍ରାବ ହୋଇଥିଲା । ପରେ ମହାଦେବଙ୍କ ସ୍ୱପ୍ନାଦେଶ ପାଇ ସେଠାରେ ସେ ଶିବ ପୂଜା ଆରମ୍ଭ କରିଥିଲେ । ତେଣୁ ମକର ସଙ୍କ୍ରାନ୍ତି ଅବସରରେ ପ୍ରଥମେ ଶବର ମାନେ ରାତ୍ର ୪ଘଟିକାରୁ ବାବା ନୀଳକଣ୍ଠେଶ୍ୱରଙ୍କ ପୂଜା କରିଥାନ୍ତି ଓ ପରେ ପରେ ପୂଜକ ମାନେ ସକାଳୁ ସକାଳୁ ବାବା ନୀଳକଣ୍ଠେଶ୍ୱରଙ୍କୁ ସ୍ନାନ କରାଇ ବିଧି ଅନୁଯାୟୀ ପୂଜା କରିଥାନ୍ତି । ଏଥି ସହ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମନ୍ଦିର ପରିସରରେ ହୋମ ଯଜ୍ଞ ଓ ଭାଗବତ ପାଠ କରାଯାଏ । ବିଶ୍ୱାସ ରହିଛି ମକର ସଙ୍କ୍ରାନ୍ତିରେ ବାବାଙ୍କ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.