Below header

ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ କାଠରେ ପ୍ରସ୍ତୁତ ହୋଇଛି ହନୁମାନ ଚାଳିଶା

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ କଞ୍ଚୁରୁ ପଞ୍ଚାୟତ କଣ୍ଟେଇକୋଳି ଗାଁର ଅରୁଣ ସାହୁ ଅଦରକାରୀ କାଠ ରେ ହନୁମାନ ଚାଳିଶା ବହି,ଶ୍ରୀରାମଙ୍କ ଫୋଟୋ ପ୍ରସ୍ତୁତ କରିଛନ୍ତି ।

କାଠରେ ତିଆରି ହୋଇଛି ହନୁମାନ ଚାଳିଶା । ଦେଖିବାକୁ ଖୁବ ସୁନ୍ଦର । ଦେଖିଲେ ଆଖି ଲାଖି ରହି ଯାଉଛି । ତେବେ ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବ । ଏଥି ପାଇଁ ସବୁଠାରେ ଉତ୍ସାହ ପରିଲକ୍ଷିତ ହୋଇଛି । ଦେଶର କୋଣ ଅନୁକୋଣରୁ ଶ୍ରୀରାମଙ୍କ ପାଇଁ ଭିନ୍ନ ଭିନ୍ନ ଜିନିଷ ପଠା ଯାଉଛି । କିଏ ମିଠା ପ୍ରସ୍ତୁତ କରି ଦେଉଛି ତ କିଏ ହୀରା, ସୁନାରେ ପ୍ରସ୍ତୁତ ଜିନିଷ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ କଞ୍ଚୁରୁ ପଞ୍ଚାୟତ କଣ୍ଟେଇକୋଳି ଗାଁର ଅରୁଣ ସାହୁ ଅଦରକାରୀ କାଠ ରେ ହନୁମାନ ଚାଳିଶା ବହି,ଶ୍ରୀରାମଙ୍କ ଫୋଟୋ ପ୍ରସ୍ତୁତ କରିଛନ୍ତି । ସର୍ବ ସାଧାରଣ ସ୍ଥାନରେ ଲୋକେ ପଢ଼ିଲା ଭଳି ଏକ ହନୁମାନ ଚାଳିଶା ପ୍ରସ୍ତୁତ କରିଛନ୍ତି । ଦିନ ରାତି ପରିଶ୍ରମ କରି ଏହାକୁ ପ୍ରସ୍ତୁତ କରିଛନ୍ତି । ଏଥିରେ କିଛି ମହିଳା ଓ ଅନ୍ୟ ସହଯୋଗୀ ମଧ୍ୟ ତାଙ୍କୁ ସହଯୋଗ କରିଛନ୍ତି । ପ୍ରଭୁଙ୍କ ଏହି ଉତ୍ସବକୁ ନଯାଇ ପାରିଲେ ମଧ୍ୟ ଏହି କଳାକୃତି କିଭଳି ମନ୍ଦିରରେ ପହଞ୍ଚିବ ସେଥିପାଇଁ ସେ ଚେଷ୍ଟା ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.