Below header

ମକର ସଂକ୍ରାନ୍ତିରେ ପରିବାରରେ ଶୋକ, ଗୁଡ଼ି ସୂତା ନେଲା ୨ ଶିଶୁଙ୍କ ଜୀବନ

ମକର ସଂକ୍ରାନ୍ତିରେ ବଡ଼ ଅଘଟଣ । ଘାତକ ଚାଇନିଜ୍‌ ମାଞ୍ଜା ସୂତାରେ ଦୁଇ ନିରୀହ ପିଲାଙ୍କ ଚାଲିଗଲା ଜୀବନ। ଏଭଳି ଘଟଣା ମଧ୍ୟପ୍ରଦେଶର ଧାର ଜିଲ୍ଲା ଏବଂ ଗୁଜୁରାଟର ମହିସାଗର ଜିଲ୍ଲାରେ ଘଟିଯାଇଛି । ମଧ୍ୟପ୍ରଦେଶର ଧାର ଜିଲ୍ଲାର ଜଣେ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁଜୁରାଟର ମହିସାଗର ଜିଲ୍ଲାରେ ଅନ୍ୟ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି ।

ମଧ୍ୟପ୍ରଦେଶ : ମକର ସଂକ୍ରାନ୍ତିରେ ବଡ଼ ଅଘଟଣ । ଘାତକ ଚାଇନିଜ୍‌ ମାଞ୍ଜା ସୂତାରେ ଦୁଇ ନିରୀହ ପିଲାଙ୍କ ଚାଲିଗଲା ଜୀବନ। ଏଭଳି ଘଟଣା ମଧ୍ୟପ୍ରଦେଶର ଧାର ଜିଲ୍ଲା ଏବଂ ଗୁଜୁରାଟର ମହିସାଗର ଜିଲ୍ଲାରେ ଘଟିଯାଇଛି । ମଧ୍ୟପ୍ରଦେଶର ଧାର ଜିଲ୍ଲାର ଜଣେ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁଜୁରାଟର ମହିସାଗର ଜିଲ୍ଲାରେ ଅନ୍ୟ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି ।

ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଜଣେ ସାତ ବର୍ଷର ନିରୀହ ବାଳକ ତାଙ୍କ ପିତା ବିନୋଦ ଚୌହାନଙ୍କ ସହ ବାଇକ ରେ ଘରକୁ ଯାଉଥିଲେ । କିନ୍ତୁ ଦୁହେଁ ଜାଣି ନଥିଲେ ଯେ ଘରଠାରୁ କିଛି ଦୂରରେ ଏତେ ବଡ଼ ଅଘଟଣ ଘଟିବ ବୋଲି । ୭ ବର୍ଷର ନିରୀହ ବାଳକ ତାଙ୍କ ବାପାଙ୍କ ସହିତ ବାଇକରେ ବସି ଯାଉଥିଲେ,ଏହି ସମୟରେ କୁନି ବାଳକ ବେକରେ ମାଞ୍ଜା ସୂତା ଲାଗିଯାଇଥିଲା । ରକ୍ତରେ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିଶୁକୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତରମାନେ ଶିଶୁଟିକୁ ମୃତ ଘୋଷଣା କରିଥିଲେ।

ଦ୍ୱିତୀୟ ମାମଲା ଗୁଜୁରାଟର ବୋରାଡି ଗାଁର, ଏହି ଘଟଣା ମଧ୍ୟପ୍ରଦେଶ ସହିତ ସମାନ । ଏଠାରେ ଜଣେ ଚାରି ବର୍ଷର ବାଳକ ମୃତ୍ୟୁ ହୋଇିଛି । ନିରୀହ ଶିଶୁ ତରୁଣ ମାଚ୍ଛି ତାଙ୍କ ବାପାଙ୍କ ସହିତ କୌଣସି କାମରେ ବାଇକରେ ଯାଉଥିଲେ । ଯାଉଥିବା ସମୟରେ ତାଙ୍କ ବେକରେ ମାଞ୍ଜା ସୂତା ଲାଗିଯାଇଥିଲା । ଫଳରେ ଶିଶୁଟିର ଜୀବନ ଚାଲିଗଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.