ଜଲିକଟ୍ଟୁ ବେଳେ ୨ ପୋଲିସ କର୍ମୀଙ୍କ ସହିତ ୪୫ ଆହତ

ବିବାଦୀୟ ଖେଳ ଜଲିକଟ୍ଟୁ ବେଳେ ୨ ପୋଲିସ କର୍ମୀଙ୍କ ସହିତ ୪୫ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏମାନେ ଚିକିତ୍ସା ପାଇଁ ସରକାରୀ ରାଜାଜୀ ହସପିଟାଲକୁ ରେଫର କରାଯାଇଛି ।

ତାମିଲନାଡୁର ଅବନିୟାପୁରମରେ ବିବାଦୀୟ ଖେଳ ଜଲିକଟ୍ଟୁ ବେଳେ ୨ ପୋଲିସ କର୍ମୀଙ୍କ ସହିତ ୪୫ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏମାନେ ଚିକିତ୍ସା ପାଇଁ ସରକାରୀ ରାଜାଜୀ ହସପିଟାଲକୁ ରେଫର କରାଯାଇଛି । ଏହାପୂର୍ବରୁ ତାମିଲନାଡୁର ପୁଦୁକ୍କୋଟ୍ଟଇରେ ୨୯ ଜଣ ଆହତ ହୋଇଥିଲେ ।

ପ୍ରତିବର୍ଷ ଭଳି ଏଥର ମଧ୍ୟ ପୋଙ୍ଗଲ ପାଳିବା ସହ ଏଠାରେ ଲୋକେ ଜଲିକଟ୍ଟୁ ଖେଳର ଆୟୋଜନ କରନ୍ତି । ଏଥର ଏହି ଖେଳ ପାଇଁ ପାଇଁ ୧୦୦୦ ଷଣ୍ଢ ଓ ଷଣ୍ଢକୁ କାବୁ କରିବା ପାଇଁ ୬୦୦ ଲୋକ ରେଜିଷ୍ଟ୍ରେସନ କରିଛନ୍ତି । ସୋମବାର ସକାଳେ ଏହି ଖେଳ ଆରମ୍ଭ ହୋଇଛି । ଏହା ଆସନ୍ତା ତିନି ଦିନ ଯାଏଁ ଚାଲିବ । ଯେଉଁଉଁଥିରେ ୫୦ରୁ ୭୫ଷଣ୍ଢଙ୍କୁ ସାମିଲ କରାଯାଇଥ‌ାଏ । ଏଥିରେ ଯେଉଁବ୍ୟକ୍ତି ଅଧିକ ମାତ୍ରାରେ ଷଣ୍ଢଙ୍କୁ ଆୟତ୍ତ କରିବେ ତାଙ୍କୁ ପରବର୍ତ୍ତୀ ପର୍ଯ୍ୟାୟକୁ ପଠାଯିବ ।

ସକାଳ ୮ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଏହି ଖେଳ ଆୟୋଜନ କରାଯାଏ । ଏହି ଖେଳରେ ୮ ରାଉଣ୍ଡ ଖେଳ ଥାଏ । ପ୍ରତ୍ୟେକ ରାଉଣ୍ଡରେ ଅତି କମରେ ୭୦ ଷଣ୍ଢକୁ ଛଡାଯାଏ । ଏହି ଖେଳରେ ଷଣ୍ଢ ନିଜେ ମାଟିରେ ଆକ୍ରମଣ କରି ନିଜ ରାସ୍ତା ନିଜେ ଖୋଜିବାକୁ ଚେଷ୍ଟା କରିଥାଏ । ଏହି ଆୟୋଜନରେ ବଳଦକୁ ଆୟତ୍ତ କରୁଥିବା ଲୋକଙ୍କୁ ସିଙ୍ଗ ଧରିବା ଓ ପାଦକୁ ଧରିବାକୁ ଅନୁମତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.