Below header

ଘସିପୁରା ରାମଚନ୍ଦ୍ର ହତ୍ୟା ମାମଲା, ଏବେବି ରହସ୍ୟ ଭିତରେ ହତ୍ୟା ପଛର ଷଡ଼ଯନ୍ତ୍ର

ଆନନ୍ଦପୁର (କେ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ହତ୍ୟା ଘଟଣାରେ ଏପର୍ଯ୍ୟନ୍ତ ପୋଲିସ୍‌ ୩ ଜଣଙ୍କୁୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ଘଟଣା ପଛରେ କାହାର ହାତ ଥିବା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ରାଜନୈତିକ ଦଳ ପରସ୍ପର ଉପରେ ଦୋଷାରୋପ କରିବାକୁ ପଛାଇ ନାହାନ୍ତି । ଏପଟେ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଗତକାଲି ରାସ୍ତାରୋକ ଓ ବନ୍ଦ ପାଳନ କରାଯାଇଥିଲା । ଆଜି ମଧ୍ୟ ଧକୋଠା ବଜାରକୁ ବନ୍ଦ କରାଯାଇଛି ।

RAMCHANDRA MURDER FLP-2ଗତକାଲି ରାତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ଜୟଦେବ ନୋ ରାମଚନ୍ଦ୍ରଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ । ସୋମବାର ବିଳମ୍ବିତ ରାତିରେ ରାମଚନ୍ଦ୍ରଙ୍କୁ ଘରୁ ଡାକି ନେଇ କିଛି ଦୁର୍ବୃତ୍ତ ତାଙ୍କ ହାତ ଗୋଡ଼ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।
ଯଦିଓ ଏହା ଏକ ରାଜନୈତିକ ହିଂସାକାଣ୍ଡ ବୋଲି ସନ୍ଦେହ କରାଯାଉଛି ତେବେ କିଛି ଦିନ ହେବ ରାଜନୀତି ଠାରୁ ଦୂରେ ଥିବା ରାମଚନ୍ଦ୍ରଙ୍କୁ କାହିଁକି ଓ କିଏ ହତ୍ୟା କଲା ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.