Below header

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଧୋନି, ଅମ୍ରପାଲୀ ଗ୍ରୁପକୁ ମାଗିଲେ ୪୦ କୋଟି ଟଙ୍କା

ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ । ଆମ୍ରପାଲୀ ଗ୍ରୁପରୁ ନିଜର ବ୍ରୋଡିଂ ଏବଂ ମାର୍କେଟିଂ ପାଇଁ ବାକିଥିବା ୪୦ କୋଟି ଟଙ୍କା ଦାବି କରି କୋର୍ଟ ପହଂଚିଛନ୍ତି ଧୋନି । ଠକେଇର ଶିକାର ହୋଇଥିବା ହଜାର ହଜାର ବ୍ୟକ୍ତିଙ୍କ ପରେ ଏବେ ଧୋନି ନିଜ ବକେୟା ରାଶି ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଯାହା ଫଳରେ ଆମ୍ରପାଲ୍ଲୀ ଗ୍ରୁପ ପାଇଁ ସୃଷ୍ଟି ହୋଇଛି ଆଉ ଏକ ଅଡୁଆ ପରିସ୍ଥିତି ।

କଣ ରହିଛି ମାମଲା

୨୦୦୯ରେ ଆମ୍ରପାଲ୍ଲୀ ଗ୍ରୁପ ସହ ଚୁକ୍ତି ସ୍ୱାକ୍ଷରିତ କରିଥିଲେ ଧୋନି । ଏହାପରେ ଏହି ଗ୍ରୁପ ସହ ଧୋନି ୬ବର୍ଷ ଜଡିତ ଥିଲେ । କିନ୍ତୁ ୨୦୧୬ରେ କମ୍ପାନୀ ଉପରେ ଠକେଇ ଅଭିଯୋଗ ଲାଗିଥିଲା । ଏହାପରେ କମ୍ପାନୀ ସହ ସଂପର୍କ ଛିନ୍ନ କରିଥିଲେ ଧୋନି । ଧୋନିଙ୍କ ପତ୍ନୀ ସାକ୍ଷୀ ମଧ୍ୟ କମ୍ପାନୀର ଚାରିଟୀ କାର‌୍ୟ୍ୟକ୍ରମରେ ସାମିଲ ଥିଲେ । ପରେ ୨୮ ଫେବ୍ରୁଆରୀରେ କମ୍ପାନୀର ଅଧ୍ୟକ୍ଷ ଶିବ ଫର‌୍ୟିଲ ଏବଂ ଅଜୟ କୁମାରଙ୍କୁ ଗିରଫ କରିଥିଲା ପୋଲିସ ।

କଣ କହିଲେ ଧୋନୀ

ଏହି କମ୍ପାନୀର ଅନେକ ବିଜ୍ଞାପନରେ ନଜର ଆସିଥିବା ଧୋନି କୋର୍ଟରେ କହିଛନ୍ତି ଯେ, ସେ କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷରିତ କରିଥିଲେ । କିନ୍ତୁ ତାଙ୍କୁ ତାଙ୍କ ପ୍ରାପ୍ୟ ମିଳିନାହିଁ । କମ୍ପାନୀ ଉପରେ ମୋଟ ୩୮.୯୫ କୋଟି ଟଙ୍କାର ବାକି ରହିଛି । ଯେଉଁଥିରେ ୨୨.୫୩ କୋଟି ମୂଳଧନ ରହିଥିବା ବେଳେ ସୁଧ ରହିଛି ୧୬.୪୨ କୋଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.