Below header

ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ଗଜପତି ଜିଲ୍ଲା ରାଣିପେଣ୍ଠ ଗାଁର ଯୁବଗୋଷ୍ଠୀ

ଗଜପତି(କେ ନ୍ୟୁଜ): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ରାଣିପେଣ୍ଠ ଗ୍ରାମରେ ଦୁର୍ଗାଶୀ ଚନ୍ଦ୍ର ମୌଳି ନାମକ ଜଣେ ଯୁବକ ଗ୍ରାମର ଅନ୍ୟ ଯୁବଗୋଷ୍ଠୀଙ୍କ ସହ ଏକାଠି ହୋଇ ରାଣିପେଣ୍ଠ ଗ୍ରାମରେ ମାସ୍କ ବଣ୍ଟନ ସହ ଲୋକଙ୍କୁ କରୋନା ନେଇ ସଚେତନ କରାଇଛନ୍ତି । ଗ୍ରାମରେ କୋଭିଡ ନିୟମ ପାଳନ କରି ସମସ୍ତ ବସ୍ତିରେ ଏହି ଯୁବକ ମାନେ ତିନି ହଜାର ପାଞ୍ଚସହ ମାସ୍କ ବାଣ୍ଟିବା ସହ ଗ୍ରାମବାସୀଙ୍କୁ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ଗହଳି ସ୍ଥାନକୁ ନଯିବା ଭଳି ବିଷୟ ସହ ସରକାରଙ୍କ କୋଭିଡ ନିୟମ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଖାଲି ପାଟିରେ ନୁହେଁ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ମଧ୍ୟ ଲୋକଙ୍କୁ ସଚେତନ କରୁଛନ୍ତି ।

gajapati corona

ନିଜ ଗାଁକୁ କିପରି କରୋନା ସଂକ୍ରମଣର ଦ୍ଵିତୀୟ ଲହରକୁ ଅଟକାଇବେ ସେନେଇ ଚେଷ୍ଟା ଜାରିରଖିଛନ୍ତି | ଘର ଘର ବୁଲି ଲୋକଙ୍କୁ ବୁଝାଇବାରେ ଲାଗିପଡିଛନ୍ତି ଯୁବକ ଗୋଷ୍ଠୀ । କରୋନା ଏକ ଅଦୃଶ୍ୟ ରୋଗ ଯାହାକୁ ନେଇ ଅତି ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରକୁ ବାହାରୁ ନଥିବା ବେଳେ ଦୁର୍ଗାଶୀ ଚନ୍ଦ୍ର ମୌଳି ନିଜ ମାଁ ଦୁର୍ଗାଶୀ ବିଜୟ ଲକ୍ଷ୍ମୀଙ୍କ ଇଛା ପୁରଣ ପାଇଁ ତଥା ବାପା ସ୍ବର୍ଗତ ଦୁର୍ଗାଶୀ ବାସୁଦେବ ରାଓଙ୍କ ସ୍ମୃତିରେ ଏହି ସଚେତନ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ନେଇ କହିଛନ୍ତି ।

ଗ୍ରାମବାସୀଙ୍କ ସମେତ ପଥଚାରୀ ଓ ଅମାନିଆଙ୍କୁ ମଧ୍ୟ କୋଭିଡ ନିୟମ ପାଳନ ପାଇଁ ସଚେତନ କରିଛନ୍ତି । ଯାହାକୁ ନେଇ ଗ୍ରାମବାସୀ ଚନ୍ଦ୍ର ମୌଳି ଓ ଗ୍ରାମର ଯୁବ ଗୋଷ୍ଟୀଙ୍କୁ ପ୍ରଶଂସା କରିବା ସହ ଆମ ରାଜ୍ୟ ଓ ଦେଶର ଯୁବ ଗୋଷ୍ଟୀ ଏପରି ଘଡିସନ୍ଧି ମୂହୁର୍ତ୍ତରେ ଜନସାଧାରଣଙ୍କୁ କରୋନା ରୋଗରୁ ରକ୍ଷା କରିବାରେ ଏହା ଏକ ଉଚିତ ପଦକ୍ଷେପ ବୋଲି କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.