କଙ୍ଗନା ରଣାଓ୍ବତଙ୍କ ଟ୍ବିଟର ଆକାଉଣ୍ଟ ସସ୍‌ପେଣ୍ଡ, ମହଙ୍ଗା ପଡିଲା ବିବାଦୀୟ ବୟାନ

ନିଜ ବୟାନକୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ କଙ୍ଗନା ରଣାଓ୍ବତ। କିନ୍ତୁ ଏବେ ନିଜ ବୟାନ ତାଙ୍କୁ ହିଁ ପଡିଯାଇଛି ମହଙ୍ଗା। ବିବାଦୀୟ ବୟାନ କାରଣରୁ କଙ୍ଗନାଙ୍କ ଟ୍ବିଟର ଆକାଉଣ୍ଟକୁ ସସ୍‌ପେଣ୍ଡ୍‌ କରିଦିଆଯାଇଛି। ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ବିବାଦୀୟ ବୟାନ ଦେଇଥିଲେ କଙ୍ଗନା ରଣାଓ୍ବତ। ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିବା କଙ୍ଗନାଙ୍କ ବିରୁଦ୍ଧରେ ଆକ୍ସନ୍‌ ନେଇଛି ଟ୍ବିଟର ।

ମମତା ବାନାର୍ଜୀ ଏବଂ ଟିଏମସି ବରୁଦ୍ଧରେ ଲଗାତାର ଟ୍ବିଟ୍‌ କରୁଥିଲେ କଙ୍ଗନା ରଣାଓ୍ବତ। ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଲାଗୁହେଉ ବୋଲି ଦାବି କରିଥିଲେ କଙ୍ଗନା। ଏବେ ତାଙ୍କର ଟ୍ବିଟର ଆକାଉଣ୍ଟ ବ୍ୟାନ ହେବାପରେ ସୋସିଆଲ ମିଡିଆରେ ଏହାକୁ ନେଇ ଖୁବ ଚର୍ଚ୍ଚା ହେଉଛି। ଟ୍ବିଟର ଆକାଉଣ୍ଟ ସସ୍‌ପେଣ୍ଡ ହେବା ପରେ କିଛି ସୋସିଆଲ ମିଡିଆ ୟୁଜର ଏହାକୁ ସମର୍ଥନ କରୁଥିବା ବେଳେ କିଛି ୟୁଜର ବିରୋଧ ମଧ୍ୟ କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.