ବିବାହିତା ମହିଳାଙ୍କୁ ଦୁଷ୍କର୍ମ! ଥାନା ଦ୍ୱାରସ୍ତ ପରେ ଗିରଫ ହେଲା ଅଭିଯୁକ୍ତ

ବରଗଡ(କେନ୍ଯୁଜ୍): ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଥାନା ଦ୍ୱାରସ୍ତ ହେଲେ ସମ୍ପୃକ୍ତ ମହିଳା ।  ବରଗଡ଼ ଜିଲ୍ଲା ଭେଡେନ ଥାନା ଅଧିନସ୍ଥ ଗୁରୁପାଲି ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସ୍ୱାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ଅନ୍ଯପଟେ ସ୍ୱାମୀ ପହଞ୍ଚି ଯିବାରୁ ସ୍ୱାମୀଙ୍କୁ ନିସ୍ତୁକ ମାଡ ମାରିଥିଲା ଦୁର୍ବୃତ୍ତ। କିଛି ଦିନ ହେବ ଉଭୟ ପତି ପତ୍ନୀ ଗୁରୁପାଲି ଗ୍ରାମରେ ବାସ କରୁଥିଲେ । ତେବେ ଉକ୍ତ ବିବାହିତ ମହିଳା ଜଣକ ଘରେ ଏକା ଥିବା ସୁଯୋଗ ନେଇ କଟାପାଲି ଗ୍ରାମର ଜଣେ ଯୁବକ ଘରେ ପଶି ଏଭଳି କୁକର୍ମ କରିବାକୁ ଉଦ୍ୟମ କରିଥିଲା । ତେବେ ଏନେଇ ଭେଡେନ ଥାନାରେ କେସ ନମ୍ବର ୧୩୭/୨୧ରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.