Below header

ଚକୋଲେଟର ”ଷ୍ଟାଚୁ ଅଫ ଲିବର୍ଟି”କୁ ଦେଖି ଦର୍ଶକ ହେଲେ ଆଶ୍ଚର୍ଯ୍ୟ, ପୋଷ୍ଟ ହେଲା ଭାଇରାଲ

ଆପଣ ଟିଭି କିମ୍ବା ଫିଲ୍ମରେ ଆମେରିକାର ”ଷ୍ଟାଚୁ ଅଫ ଲିବର୍ଟି”କୁ ଅନେକ ବାର ଦେଖିଥିବେ । କିନ୍ତୁ ଆପଣ କେବେ ଚକୋଲେଟରେ ତିଆରି ଷ୍ଟାଚୁ ଅଫ ଲିବର୍ଟି ଦେଖିଛନ୍ତି କି । ଆମେ ଆଜି ଚକୋଲେଟର ”ଷ୍ଟାଚୁ ଅଫ ଲିବର୍ଟି” ଦେଖାଇବାକୁ ଯାଉଛୁ । ଯାହାକୁ ଆପଣ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ ।

35346376
pc: aajtak

ଲୋକପ୍ରିୟ Pastry Chef ଅମୋରି ଗୁଇଚୋନ ନିଜ ଫ୍ୟାନ୍ସ ମାନଙ୍କ ପାଇଁ ଚକୋଲେଟରେ ତିଆରି କରିଛନ୍ତି ”ଷ୍ଟାଚୁ ଅଫ ଲିବର୍ଟି” । ଏହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହା ପୂର୍ବରୁ ମଧ୍ୟ ଅମୋରି ଗୁଇଚୋନ ୯୦ କିଲୋ ଚକୋଲେଟର ହାତୀ ଏବଂ ମୋଟର ସାଇକେଲ ତିଆରି କରିଥିଲେ । କିନ୍ତୁ ଚକୋଲେଟର ”ଷ୍ଟାଚୁ ଅଫ ଲିବର୍ଟି” ଦେଖି ଲୋକ ଅନେକ ଖୁସି ହୋଇଛନ୍ତି । ଫ୍ୟାନ୍ସଙ୍କ ମନ ଜିତିବା ପାଇଁ ସେ ଭିନ୍ନ ଭିନ୍ନ ଉପାୟରେ ଫୁଡ଼ ଡିଜାଇନ କରି ଅନେକ ପ୍ରଶଂସା ସାଉଁଟୁଛନ୍ତି ।

 

View this post on Instagram

 

A post shared by Amaury Guichon (@amauryguichon)

ତେବେ ଏହାକୁ ଗୁଇଚାନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଅବିକଳ ଭାବେ ”ଷ୍ଟାଚୁ ଅଫ ଲିବର୍ଟି”କୁ ଚକୋଲେଟରେ ତିଆରି କରି ସମସ୍ତଙ୍କ ମନ ଜିଣିଛନ୍ତି । ଏହି  ଚକୋଲେଟର ଉଚ୍ଚତା ୭ଫୁଟ । ଏହାକୁ ପୋଷ୍ଟ କରି ସ୍ୱତନ୍ତ୍ରତା ଦିବସର ଶୁଭକାମନା ଜଣାଇଥିଲେ । ତେବେ ଭିଡିଓଟି ଅପଲୋଡ ହେବାର ଅଳ୍ପ ସମୟ ମଧ୍ୟରେ ୨.୯ ମିଲିୟନରୁ ଅଧିକ ଲୋକ ଦେଖି ସାରିଛନ୍ତି । ଗୁଇଚୋନଙ୍କ ଏଭଳି ଦକ୍ଷତା ଦେଖି ୟୁଜର୍ସ ଖୁସି ହୋଇ ତାଙ୍କର ପ୍ରଶଂସା କରିବାକୁ ଲାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.