Below header

ପୁରୀରେ ଲଜ୍ଜା, ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ପୁରୀ(କେନ୍ୟୁଜ୍): ପୁରୀରେ ଲଜ୍ଜା । ବସ୍‌ ଭିତରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । କଣ୍ଟକ୍ଟରଏଭଳି କାଣ୍ଡ କରିଛି । ଗତକାଲି ରାତିରେ ନାବାଳିକା ଜଣକ କାନ୍ଦୁଥିବା ଦେଖି ସ୍ଥାନୀୟଲୋକେ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। କୁମ୍ଭାରପଡା ପୋଲିସ ପିଡୀତାଙ୍କୁ ଉଦ୍ଧାର କରି ଡାକ୍ତରୀ ମାଇନା ପାଇଁ ପଠାଇବା ସହ ପଚରାଉଚରା କରୁଛି। ଅଭିଯୁକ୍ତ କଣ୍ଡକ୍ଟର ନାରାୟଣକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ପିଡାତୀଙ୍କ ଘର କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡିଛି। ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱରରୁ ପୁରୀ ଆସିବା ପରେ ନାବାଳିକା ଏକୁଟିଆ ଥିଲେ । ଯୁବତୀ ବସ୍‌ରେ ଶୋଇପଡିଥିବା ବେଳେ ଅଭିଯୁକ୍ତ ଦୁଷ୍ମର୍ମ କରିଥିବା ପୀଡିତା ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.