ପୁରୀ ନିମାପଡାରୁ ବିରଳ ଅଲିଭ ରିଡଲେ ଉଦ୍ଧାର

ପୁରୀ (କେନ୍ଯୁଜ୍) : ବିରଳ ଅଲିଭ ରିଡଲେ ଉଦ୍ଧାର । ପୁରୀ ନିମାପଡା ବ୍ଲକ୍ ରଟିଲୋ ଛକ ନିକଟ ଏକ ଖାଲରୁ ବିରଳ ଅଲିଭ୍ ରିଡଲେ ଉଦ୍ଧାର କରିଛି ଗୋପ ବନବିଭାଗ । କଇଁଛ ଖାଲରେ ପଡିଥିବା ଦେଖି ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଉଦ୍ଧାର କରି କଇଁଛକୁ ଭୁବନେଶ୍ୱର ଲ୍ୟାବକୁ ପଠାଇଛି। ଏହି ଅଞ୍ଚଳରୁ କଇଁଛ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି।