ଜାମ୍ମୁ-ଶ୍ରୀନଗର ହାଇୱେରେ ବାନିହାଲ ନିକଟ ବିସ୍ଫୋରଣରେ ଅଳ୍ପକେ ବର୍ତ୍ତି ଗଲା ସିଆରପିଏଫ ଯବାନଙ୍କ ଗାଡି

ଶ୍ରୀନଗର : ଜାମ୍ମୁ-ଶ୍ରୀନଗର ହାଇୱେରେ ବାନିହାଲ ନିକଟରେ ସିଆରପିଏଫ କନଭୟ ଯାଉଥିବା ବେଳେ ଏକ କାରରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ କାରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ହେଲେ ଏଥିରେ ସିଆରପିଏଫର କୌଣସି କ୍ଷୟକ୍ଷତି ହୋଇନାହିଁ । କାରରେ କିଛି ରାସାୟନିକ, ବିସ୍ଫୋରକ ସାମଗ୍ରୀ ଓ ଗ୍ୟାସ ସିଲିଣ୍ଡର ଥିଲା ବୋଲି ସନ୍ଦେହ କରାଯାଉଛି । ତେବେ ବିସ୍ଫୋରଣର ତଦନ୍ତ ଚାଲିଛି । କାର ବିସ୍ଫୋରଣ ସମୟରେ ସିଆରପିଏଫ କନଭୟ ଯାଉଥିବା ବେଳେ ଏଥିରେ ୧୦ରୁ ଅଧିକ ଗାଡ଼ି ସାମିଲ ଥିଲେ ।
ସୂଚନାଯୋଗ୍ୟ ଯେ ଶନିବାର ସକାଳ ୧୦.୪୦ ସମୟରେ ସିଆରପିଏଫର ୫୪ ବାଟାଲିଆନ ବସ ହାଇୱେ ଦେଇ ଯିବା ସମୟରେ ପଛରୁ ଏକ ସାଣ୍ଟ୍ରୋ କାର ଧକ୍କା ଦେଇଥିଲା । ଏହାପରେ କାର ଚାଳକ ଫେରାର ହୋଇଯାଇଛନ୍ତି ଏବଂ କାର ବ୍ଲାଷ୍ଟ ହୋଇଥିଲା । ଏହି ଘଟଣା ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣକୁ ପୁଣି ତାଜା କରିଛି ।
Jammu & Kashmir: A blast has occurred in a car in Banihal, Ramban. More details awaited. pic.twitter.com/XpnzzlkOYF
— ANI (@ANI) March 30, 2019
Jammu & Kashmir: A blast has occurred in a car in Banihal, Ramban. More details awaited. pic.twitter.com/XpnzzlkOYF
— ANI (@ANI) March 30, 2019