Below header

ଆଜି ରାତି ୮.୩୦ରୁ ୯.୩୦ ଆର୍ଥ ଆଓ୍ଵାର : ଲାଇଟ୍‌ ବନ୍ଦ ରଖନ୍ତୁ, ଆମେ ପାଳନ କରୁଛୁ ଆପଣ ବି ସାମିଲ ହୁଅନ୍ତୁ

ଶକ୍ତି ସଂରକ୍ଷଣ ନେଇ ସଚେତନତା । ଆଜି ପାଳିତ ହେଉଛି ‘ଆର୍ଥ ଆଓ୍ଵାର’ । ଏହା ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ । ସାରା ବିଶ୍ୱରେ ସଚେତନତା ସୃଷ୍ଟି ପାଇଁ ମାର୍ଚ୍ଚ ମାସ ୩୦ ତାରିଖ ଦିନ ପାଳନ ହୁଏ ‘ଆର୍ଥ ଆଓ୍ଵାର’ । ଏହି କାର୍ଯ୍ୟକ୍ରମ ଅନୁସାରେ ରାତି ୮.୩୦ରୁ ୯.୩୦ ଘଣ୍ଟାଏ ପର୍ଯ୍ୟନ୍ତ ବିଜୁଳି ଆଲୋକକୁ ବନ୍ଦ ରଖି ଏହି ଦିବସକୁ ପାଳନ କରାଯାଏ । କେବଳ ବିଦ୍ୟୁତ୍‌ ଆଲୁଅ ନୁହେଁ, ଟିଭି ଓ ଫ୍ରିଜ୍‌ ଆଦି ଭଳି ଅନ୍ୟ ବିଦ୍ୟୁତ୍‌ ଚାଳିତ ଯନ୍ତ୍ରପାତିକୁ ମଧ୍ୟ ବନ୍ଦ ରଖାଯାଏ । ସାରା ବିଶ୍ୱରେ ନିଜ ନିଜ ସମୟ ଅନୁସାରେ ଲୋକେ ଏହାକୁ ପାଳନ କରିଥାନ୍ତି ।
ଏମିତିକି ଅଷ୍ଟ୍ରେଲିଆ ସିଡନୀ ସ୍ଥିତ ଅପେରା ହାଉସ୍‌, ଫ୍ରାନ୍ସର ଏଫିଲ ଟାଓ୍ଵାର, ବଙ୍କିମ୍‌ହାମ ପ୍ୟାଲେସ୍‌ ଭଳି ମର୍ଯ୍ୟାଦାଜନକ ସ୍ଥାନ ବି ଘଣ୍ଟାଏ ପାଇଁ ଅନ୍ଧାର ଭିତରେ ଡୁବି ଯାଏ । ଶକ୍ତି ସଂରକ୍ଷଣ ପାଗ ଓ ପରିବେଶରେ ପରିବର୍ତ୍ତନ ଆଣି ପାରିବ । ଏଇ ବାର୍ତ୍ତା ଦେଇ ପାଳନ କରାଯାଉଛି ଆର୍ଥ ଆଓ୍ଵାର ।

EARTH HUR-3

ଏଥରର ଥିମ୍‌ ରହିଛି CHANGE THE WAY WE LIVE । ଅର୍ଥାତ୍‌ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା । ତେବେ କେବଳ ଆର୍ଥ ଆଓ୍ଵାର ନୁହେଁ ଆମେ ଯଦି ଆମ ନିତି ଦିନିଆ ଜୀବନରେ ଅଳ୍ପ କିଛି ପରିବର୍ତ୍ତନ ଆଣିବା ତାହେଲେ ତାର ପ୍ରତିକୂଳ ପ୍ରଭାବ ପରିବେଶର ସୁରକ୍ଷାରେ ବ୍ୟାପକ ଭାବେ ସହଯୋଗ କରିବ । ଯେମିତି ଖାଦ୍ୟ, ବସ୍ତ୍ର, ପରିବହନ ଏବଂ ବିଦ୍ୟୁତ୍‌ କ୍ଷେତ୍ରରେ ଆମେ ସଂରକ୍ଷଣ କରି ଅନେକ କିଛି ଯୋଗଦାନ କରି ପାରିବା ।
ଭାରତ ସମେତ ବିଶ୍ୱର ୧୮୭ଟି ଦେଶର ପ୍ରାୟ ୭ ହଜାର ସହରରେ ଆଜି ପାଳନ କରାଯାଉଛି ଆର୍ଥ ଆଓ୍ଵାର । ଆପଣଙ୍କ ପ୍ରିୟ କେନ୍ୟୁଜ୍‌ ବି ଏଥିରେ ସାମିଲ ହେଉଛି । ଆପଣବି ସାମିଲ ହୁଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.