ଟ୍ରକ ଧକ୍କାରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ

ଜଗତସିଂପୁର (କେନ୍ୟୁଜ୍) : ସିଉଳୀ ଛକ ଠାରେ ସଡକ ଦୁର୍ଘଟଣା । ଏକ ଟ୍ରକ ଧକ୍କାରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ରାଧାନଗର ଗାଁର ପ୍ରଶାନ୍ତ ସ୍ୱାଇଁ ଓ ବର୍ତ୍ତି ଗାଁର ନାରାୟଣ ଖୁଣ୍ଟିଆ । ଦୁଇଜଣ ବାଇକରେ କଟକ ଅଭିମୁଖେ ଯାଉଥିବା ବେଳେ ପଛପଟୁ ଟ୍ରକଟି ଧକ୍କା ଦେଇଥିଲା । ଘଟଣାସ୍ଥଳରେ କିଶନନଗର ପୋଲିସ୍ ପହଞ୍ଚି ଟ୍ରକଟିକୁ ଜବତ କରିବା ସହ ତଦନ୍ତ କରୁଛି ।