ହ୍ୟୁଣ୍ଡାଇ ଆଣୁଛି ଇଲେକ୍ଟ୍ରିକ SUV କାର୍‌ ‘କୋନା’, ଜୁନ ମାସରେ ଭାରତରେ ଲଞ୍ଚ ପାଇଁ ପ୍ରସ୍ତୁତି

ଆର୍ଥିକ ବର୍ଷ ୨୦୧୯-୨୦ ଅଟୋମୋବାଇଲ ସେକ୍ଟର ପାଇଁ ବହୁତ ଖାସ ରହିବ । କାରଣ ଏହି ବର୍ଷରେ ଅଧିକାଂଶ କାର୍‌ ନିର୍ମାତା ନିଜର ଇଲେକ୍ଟ୍ରିକ କାର ଭାରତୀୟ ବଜାରରେ ଲଞ୍ଚ କରିବାର ସମ୍ଭାବନା ରହିଛି । ଚଳିତ ବର୍ଷ ଟାଟା ନିଜର ହାଚବ୍ୟାକ କାର ଟିଆଗୋର ଇଲେକ୍ଟ୍ରିକ ଭର୍ସନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଦେଶର ଦ୍ଵିତୀୟ ସର୍ବବୃହତ କାର ନିର୍ମାତା ହ୍ୟୁଣ୍ଡାଇ ମଧ୍ୟ ଏହି ଦୌଡରେ ସାମିଲ ହେଉଛି । ଖବର ମୁତାବକ ହ୍ୟୁଣ୍ଡାଇ ନିଜର ଇଲେକ୍ଟ୍ରିକ SUV କୋନାକୁ ଆସନ୍ତା ଜୁନ ମାସରେ ଭାରତୀୟ ବଜାରରେ ଲଞ୍ଚ କରିବାପାଇଁ ପ୍ରସ୍ତୁତ ହେଉଛି ।

kona_electricନିକଟରେ ହ୍ୟୁଣ୍ଡାଇ ଏହି ଇଲେକ୍ଟ୍ରୋନିକ SUV କୋନାକୁ ୨୦୧୯ ବ୍ୟାଙ୍ଗକକ ଇଣ୍ଟରନେସନାଲ ମୋଟର ସୋ’ରେ ପ୍ରଦର୍ଶନ କରିଥିଲା । ମେ ମାସରେ ଏହାର ଅନ୍ୟତମ SUV Hyundai Venue ର ଲଞ୍ଚ ପରେ ଏହାକୁ ଭାରତୀୟ ବଜାରରେ ଲଞ୍ଚ କରିବ । ଏହା ବ୍ୟତୀତ ଭାରତୀୟ କାର ବ୍ୟବହାରକାରୀଙ୍କ ଆର୍ଥିକ ମାନଦଣ୍ଡକୁ ନଜରରେ ରଖି କମ୍ପାନୀ ଏହି SUVକୁ ଭାରତରେ ଆସେମ୍ବଲ କରିବାର ନିଷ୍ପତ୍ତି ନେଇଛି । ଏହାଦ୍ୱାରା କମ୍ପାନୀ ଏହି କାର ଭାରତୀୟ ମାର୍କେଟରେ ବେଶ ଆଦୃତ କରାଇପାରିବ ।

elctricଏଠାରେ ଆମେ ଆପଣଙ୍କୁ କହିବାକୁ ଚାହିଁବୁ କି ହ୍ୟୁଣ୍ଡାଇର ଏହି SUV କୋନା ଅନ୍ତର୍ଜାତୀୟ ବଜାରରେ ପୂର୍ବରୁ ଉପଲବ୍ଧ ଅଛି। ଅନ୍ତର୍ଜାତୀୟ ବଜାରରେ କମ୍ପାନୀ ଏହି SUV କୁ ଦୁଇଟି ଅଲଗା ଅଲଗା ବ୍ୟାଟେରୀ ପ୍ୟାକ ସହ ଲଞ୍ଚ କରିଥିବା ବେଳେ ଭାରତୀୟ ବଜାରରେ ଏହାକୁ ଲୋ ଭର୍ସନ ବା 39.5 kWh ଲିଥିୟମ-ଆୟନ ବ୍ୟାଟେରୀ ସହ ଲଞ୍ଚ କରିବା ପାଇଁ ପ୍ଲାନ କରୁଛି । ଏହି ବ୍ୟାଟେରୀ 135 କିଲୋୱାଟର ସର୍ବୋତ୍ତମ ପାୱାର ଏବଂ 400 NM ର ଟର୍କ ଉତ୍ପାଦନ କରିବାର କ୍ଷମତା ରହିଛି। ଏହା ବ୍ୟତୀତ ଏହି ବ୍ୟାଟେରୀ ମାତ୍ର ୧ ଘଣ୍ଟାରେ ୮୦ ପ୍ରତିଶତ ଚାର୍ଜ ହୋଇପାରିବ, ଯାହା ଫଳରେ ଗାଡ଼ିଟି ସହଜରେ ୨୪୦ କିଲୋମିଟର ଯାତ୍ରା କରିବାକୁ ସକ୍ଷମ ହେବ । କିନ୍ତୁ ଏଥିପାଇଁ KONA କୁ 180kW DC ଚାର୍ଜରର ଆବଶ୍ୟକତା ପଡିବ କାରଣ ନର୍ମାଲ ଚାର୍ଜରରେ ସମ୍ପୂର୍ଣ ଚାର୍ଜିଙ୍ଗ ପାଇଁ ଏହି ବ୍ୟାଟେରୀକୁ ପ୍ରାୟ ୬ ଘଣ୍ଟା ଲାଗିବ ।

Hyundai-Kona-Electric-redହ୍ୟୁଣ୍ଡାଇ SUV କୋନାର ବିଶେଷତ୍ୱ ଏୟା ଯେ ଏହି କାର ଥରେ ଚାର୍ଜ ପରେ ୩୫୦ କିଲୋମିଟର ଯାତ୍ରା କରିପାରିବ ଯାହାକି ପ୍ରାୟତଃ କୌଣସି ଇଲେକ୍ଟ୍ରିକ କାର କରିବାକୁ ସମର୍ଥ ନୁହଁ । କମ୍ପାନୀର କହିବା ମୁତାବକ ସ୍ପିଡ୍‌ ରାଇଡ୍‌ରେ ଏହି କାର ମଧ୍ୟ ଯେ କୌଣସି ସାଧାରଣ କାରକୁ ଟକ୍କର ଦେଇପାରିବ । କାରଣ ଏହାର ଟପ ସ୍ପିଡ୍‌ ଘଣ୍ଟା ପ୍ରତି ୧୬୭ କିଲୋମିଟର ଏବଂ ଏହାର ପିକ୍‌ଅପ୍‌ ମାତ୍ର ୯.୩ ସେକେଣ୍ଡରେ 0 ରୁ ୧୦୦ କିଲୋମିଟର ବେଗରେ ପହଂଚି ପାରିବ । ଭାରତୀୟ ବଜାରରେ ଏହି କାରର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।