Below header

ନିର୍ବାଚନୀ ଉଷ୍ମତାକୁ ପ୍ରଭାବିତ କରୁଛି ଗ୍ରୀଷ୍ମ ତାତି, ଖରାରେ ଆଉଟୁ ପାଉଟୁ ହେଉଛନ୍ତି ପ୍ରଚାରରେ ମାତିଥିବା ପ୍ରାର୍ଥୀ ଓ ସମର୍ଥକ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏବେ ସାରା ଦେଶରେ ପାଣିପାଗ ଖୁବ୍‌ ଗରମ । କାରଣ ଖରା ପାଗ ସାଙ୍ଗକୁ ରହିଛି ନିର୍ବାଚନୀ ତାତି । ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି । ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ତତଲାଗଡ଼ କୁହାଯାଉଥିବା ଟିଟିଲାଗଡ଼ରେ ଖରାର ପ୍ରକୋପ ବଢ଼ିବାରେ ଲାଗିଲାଣି । ଆବଶ୍ୟ ଉପକୂଳ ଅଞ୍ଚଳରେ ଗ୍ରୀଷ୍ମ ତାତି ଅପରାହ୍ନ ୨ଟା ପରେ ଟିକେ କମି ଯାଉଛି ହେଲେ କମୁନି ନିର୍ବାଚନୀ ଉଷ୍ମତା । ଦିନକ ପରେ ମାର୍ଚ୍ଚ ମାସ ସରି ଏପ୍ରିଲ ମାସ ଆରମ୍ଭ ହେବ । ତେଣୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳକୁ ଗ୍ରୀଷ୍ମର ପ୍ରକୋପ ମଧ୍ୟ ଖୁବ୍‌ ଥିବ । ଲୋକେ ଏବେ ଚିନ୍ତାରେ ଭୋଟ୍‌ ଦେବେ କେମିତି ?
ଅବଶ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ଭୋଟ୍‌ ଦାନ କେନ୍ଦ୍ରରେ ପାଣି, ଛାମୁଣ୍ଡିଆ ଆଦିର ବ୍ୟବସ୍ଥା କରାଯିବ । ଭୋଟରଙ୍କୁ ବିଶେଷ କରି ସକାଳ ବେଳା ଓ ଅପରାହ୍ନରେ ଆସି ଭୋଟ୍‌ ଦେବାକୁ କୁହାଯିବା ଦରକାର ।

HEATWAVE-5

ତେବେ ବର୍ତ୍ତମାନ ପ୍ରଚାରରେ ମାତିଥିବା ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କୁ ରୋକି ହେବ ବା କେମିତି ? । ଏଦିଗ ପ୍ରତି ନିର୍ବାଚନ କମିଶନ୍‌ ବିଶେଷ ଧ୍ୟାନ ଦେବା ଉଚିତ । କାରଣ ଖରା ଯେଭଳି ଟାଣ ହେଲାଣି, ସେଥିରେ ଅଂଶୁଘାତ ହେବାର ସମ୍ଭାବନା ରହିଛି । ତେଣୁ ଦିନ ଦ୍ୱିପହରରେ ପ୍ରଚାରକୁ ବାରଣ କରାଯିବା ନିହାତି ଆବଶ୍ୟକ । ଏ ନେଇ ନିର୍ବାଚନ କମିଶନ୍‌ ବିଧିବଦ୍ଧ ନୋଟିସ୍‌ ଜାରି କରିବା ଦରକାର । ନଚେତ କିଛି ଅଘଟଣ ଘଟିବାର ସମ୍ଭାବନା ରହିଛି । ଅବଶ୍ୟ ଟାଣ ଖରା ଯୋଗୁଁ ପ୍ରଚାର ପ୍ରଭାବିତ ହୋଇଥିବା ଦେଖାଯାଉଛି ।
ସେପଟେ ଶ୍ରମ ବିଭାଗ ତରଫରୁ ଶ୍ରମିକଙ୍କ କାମ କରିବାର ସମୟରେ ପରିବର୍ତ୍ତନ କରାଯାଇଛି । ଠିକ୍‌ ସେହିଭଳି ନିର୍ବାଚନ ପାଇଁ ମଧ୍ୟ ତୁରନ୍ତ ପଦକ୍ଷେପ ନିଆଯିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.