ମହାନଦୀ ଟ୍ରିବ୍ୟୁନାଲରେ ଶୁଣାଣି ଶେଷ, ଆପୋସ ଆଲୋଚନା ପାଇଁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶା ଓ ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ପୁଣି ଥରେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଟ୍ରିବୁନାଲଙ୍କ ନିର୍ଦ୍ଦେଶ । ଏନେଇ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ସବୁ ପକ୍ଷଙ୍କୁ ଟ୍ରିବ୍ୟୁନାଲ କହିଛନ୍ତି । ମେ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ଜଷ୍ଟିସ ଏମଏ ଖାନୱିଲକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଶୁଣାଣି କରି ଏହା କହିଛନ୍ତି । ଫେବ୍ରୁଆରି ୯ରେ ମଧ୍ୟବର୍ତ୍ତୀକାଳୀନ ଶୁଣାଣି ଶେଷ ହୋଇଥିଲା। ପୂର୍ବରୁ ଦୁଇ ରାଜ୍ୟକୁ ଆପୋସ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବାକୁ ଖଣ୍ଡପୀଠ ପରାମର୍ଶ ଦେଇଥିଲେ।

mahanadii ଏନେଇ ଓଡ଼ିଶା ଓ ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଫେବ୍ରୁଆରି ୨୫ ଓ ମାର୍ଚ୍ଚ ୫ରେ ଅନୁଷ୍ଠିତ ହୋଇଥିଲା। ମାତ୍ର ଆଲୋଚନା ବିଫଳ ହେବା ପରେ ଦୁଇ ରାଜ୍ୟର ଆଡଭୋକେଟ ଜେନେରାଲ ସ୍ତରରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ। ମାର୍ଚ୍ଚ ୧୬ ତାରିଖରେ ଏଜି ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ଏହା ବିଫଳ ହୋଇଥିଲା। ଏହାପରେ ଆଜି ପୁଣି ଥରେ ଦୁଇ ରାଜ୍ୟକୁ ଆପୋସ ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାର କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.