Below header

ପୁଅକୁ ଟିକେଟ ନମିଳିବାରୁ ବିଜେଡି ଛାଡିଲେ ଅର୍ଜୁନ ସେଠୀ

ଭୁବନେଶ୍ବର (କେନ୍ୟୁଜ୍) : ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଅର୍ଜୁନ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ଭଣ୍ଡାରିପୋଖରୀର ବିଧାନସଭା ଆସନରୁ ଦୁଇ ଥର ବିଧାୟକ ସାଙ୍ଗକୁ ଭଦ୍ରକ ଲୋକସଭା ଆସନରୁ ୮ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଅର୍ଜୁନ ଚରଣ ସେଠୀ । ତେବେ ବୟସାଧିକ କାରଣରୁ ଚଳିତ ଥର ସେ ନିର୍ବାଚନ ନଲଢ଼ି ତାଙ୍କ ପୁଅ ଅଭିମନ୍ୟୁଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ଅନୁରୋଧ କରିଥିଲେ । ହେଲେ ତାଙ୍କ ପୁଅକୁ ଦଳୀୟ ଟିକେଟ ମିଳିନାହିଁ ।

ଏଥିରେ ବ୍ୟଥିତ ହୋଇ ଅର୍ଜୁନ ସେଠୀ ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଓ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଦେଇଛନ୍ତି। ସେହିପରି ଯୁବ ବିଜେଡି ଜିଲ୍ଲା ସଭାପତି ଦୁର୍ଗା ଦାସ ମଧ୍ୟ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି ।

ସେହିପରି ବିଜେଡି ଛାଡିଲେ ଭାରତ କୁମାର ଦାସ । ସେ ଢ଼େଙ୍କାନାଳ ଜିଲ୍ଲା ବିଜେଡିର ସମ୍ପାଦକ ଥିଲେ । ପ୍ରାର୍ଥୀ ଚୟନରେ ଅସନ୍ତୋଷ ବ୍ୟକ୍ତ କରି ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି । ଆଗାମୀ ନିର୍ବାଚନରେ ସେ ଢ଼େଙ୍କାନାଳ ବିଧାନସଭା ଆସନ ପାଇଁ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.