Below header

ଆପଣ ବି କେବେ ଦେଖିନଥିବେ ଏମିତି ସାପ! ପ୍ଲାଷ୍ଟିକ୍ ସୁତା ଭଳି ଦେଖାଯାଉଥିବା ଏହି ବିରଳ ପ୍ରଜାତି ଉଦ୍ଧାର

ଆଠଗଡ(କେନ୍ଯୁଜ୍): ଆଠଗଡ ବେଣ୍ଟପଦା ଗ୍ରାମରେ ଏକ ବିରଳ ପ୍ରଜାତିର ସାପ ଦେଖିବାକୁ ମିଳିଛି। ସାପଟି ଏତେ ସରୁ, ଯାହା ଦେଖିବାକୁ ସୁତା ସଦୃଶ୍ୟ । ସୂଚନା ମୁତାବକ ସାପଟି ଜଣଙ୍କ ଘର ଦୁଆରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ପ୍ରଥମେ ପରିବାର ଲୋକେ ଏହାକୁ ପ୍ଲାଷ୍ଟିକ୍ ସୁତା ଭାବିଥିଲେ, ପରେ ସାପଟି ଚାଲିବା ଆରମ୍ଭ କରିଥିଲା। ଏହା ଦେଖି ପରିବାର ଲୋକେ ଭୟଭୀତ ହେବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ସାପ ଧରାଳିଙ୍କୁ ଖବର ଦେଇଥିଲେ। ଖବର ପାଇ ସାପ ଧରାଳି ସାପଟିକୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.