Below header

ନବରଙ୍ଗପୁର: ଘର ଭିତରୁ ବିଶାଳକାୟ ବିରୁଡ଼ି ବସା ଉଦ୍ଧାର କଲା ବନ ବିଭାଗ, ଦେଖିବାକୁ ଜମିଲା ଲୋକଙ୍କ ଭିଡ

ନବରଙ୍ଗପୁର: ଘର ଭିତରୁ ବିଶାଳକାୟ ବିରୁଡ଼ି ବସା ଉଦ୍ଧାର କରିଛି ବନ ବିଭାଗ । ସମସ୍ତେ ବିରୁଡ଼ି ବସା ଦେଖିଥିବେ କିନ୍ତୁ ଏତେ ବଡ଼ ବିରୁଡ଼ି ବସା କେହି କେବେ ଆଗରୁ ଦେଖି ନଥିବେ । ନବରଙ୍ଗପୁର ଗୌଡ଼ସାହି ନାଗେଶ୍ୱର ରଥଙ୍କ ଘରେ ଏକ ବଡ଼ ମାଟି ହାଣ୍ଡି ଆକାରର ଗୋଲ ବିରୁଡ଼ି ବସାଟି ଦୀର୍ଘ ୬ ମାସ ହେବ ରହିଥିଲା । ବହୁବାର ତାଙ୍କ ପରିବାର ତଥା ଆଖ ପାଖ ଲୋକ ମଧ୍ୟ ବିରୁଡ଼ି ଆକ୍ରମଣର ଶିକାର ହେଇଛନ୍ତି । ଅନେକଥର ବିରୁଡ଼ି ଗୁଡିକୁ ଘଉଡେଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଛି ।

ଶେଷରେ ବନ ବିଭାଗକୁ ଖବର ଦେବା ପରେ, ଏ.ମନୋଜ କୁମାରଙ୍କ ସହ ଏକ ଟିମ ଏହି ବିଶାଳକାୟ ବିରୁଡ଼ି ବସା କୁ ନେଇ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଛନ୍ତି। ତେବେ ଉଦ୍ଧାର ସମୟରେ ବସାକୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଅନ୍ଯପଟେ ଏତେ ବିଶାଳ କାୟ ବିରୁଡ଼ି ବସା ପୂର୍ବରୁ କେବେ ବନ କର୍ମଚାରୀ ମଧ୍ୟ ଦେଖି ନଥିବା କହିଛନ୍ତି। ବିରୁଡିଙ୍କ ଠାରୁ ମୁକ୍ତି ପାଇବା ପରେ ସାହି ବାସିନ୍ଦା ଆଶ୍ବସ୍ତି ଲାଭ କରି ବନ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.