ଇଚ୍ଛାଶକ୍ତି ଥିଲେ ସବୁ ପ୍ରତିବନ୍ଧକ ସାମାନ୍ଯ ମାତ୍ର, ଯାହାର ଉଦାହରଣ ଏହି ଦିବ୍ଯାଙ୍ଗ ପୁଅ ବରଜ ଦାସ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ସଂଖପଦା ଗ୍ରାମର ବରଜ ଦାସ । ଜନ୍ମରୁ ଦିବ୍ଯାଙ୍ଗ। ୨ ଗୋଡ଼ ନଥିବା ସହିତ ହାତରେ ବି କୌଣସି କାମ ଠିକ୍ ଭାବରେ କରିପାରନ୍ତିନି । କିନ୍ତୁ ଭଗବାନଙ୍କ ଆଶିର୍ବାଦ ଯାହା ପାଖରେ ଥିବ ତାପାଇଁ ସବୁ ପ୍ରତିବନ୍ଧକ ସାମାନ୍ଯ ମାତ୍ର ।

ଯିଏ ହାତରେ କୌଣସି କାମ ଠିକ୍ ଭାବେ କରିପାରନ୍ତିନି ସେ କିନ୍ତୁ  ୨୦୧୮ ମସିହାରେ ୮୨% ମାର୍କ ରଖି ମାଟ୍ରିକରେ କୃତ କାର୍ଯ୍ୟ ହୋଇଥିଲେ। ଜିଲ୍ଲା ପ୍ରଶାସନ ସହାୟତାରେ ଯୁକ୍ତ ୨ ବିଜ୍ଞାନ ପଢିଲେ, ସେଥିରେ ବି ୮୪% ମାର୍କ  ରଖିଛନ୍ତି। ଆଉ ଏବେ ଡାକ୍ତର ହେବାର ସ୍ବପ୍ନ ତାଙ୍କ ନିଦ ହଜାଇ ଦେଇଛି । ତେବେ ଏକଥା ଜାଣିବା ପରେ କେନ୍ଦ୍ରାପଡା ଜିଲ୍ଲାପାଳ ତୁରନ୍ତ ବରଜଙ୍କୁ ହ୍ବିଇଲ ଚେୟାର ସହିତ ଦଶ ହଜାର ଟଙ୍କା ସୟାହତା ରାଶି ପ୍ରଦାନ କରିଛନ୍ତି। ତେବେ ଉଚ୍ଚ ଶିକ୍ଷା ପାଇଁ ଅଧିକ ସହଯୋଗ ଚାହିଁଲେ, ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ମଧ୍ଯ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.