Below header

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି : ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥକାଠ

ପୁରୀ (କେନ୍ୟୁଜ): ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥକାଠ। ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ଆସିଛି ୧୧୪ ଖଣ୍ଡ ରଥକାଠ।ଦୁଇଟି ଟ୍ରକରେ ୧୨, ୨୦ ଓ ୪୦ ଫୁଟିଆ ଅସନ ଧଉରା ସହ ୧୦ ଖଣ୍ଡ ଫାସି କାଠ ଆସି ପହଞ୍ଚିଛି। ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ ରଥକାଠର ଆବଶ୍ୟକ ଥିବା ବେଳେ ପୂର୍ବରୁ ୮୦ ଖଣ୍ଡ ରଥକାଠ ବଳକା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୨୮ ଖଣ୍ଡ ରଥକାଠ ପୁରୀରେ ପହଞ୍ଚିଥିବା ବେଳେ ପର୍ଯ୍ୟାୟ କ୍ରମେ ରଥକାଠ ଆସି ପହଞ୍ଚିଯିବ ବୋଲି ବରିଷ୍ଠ ରଥ ତତ୍ତ୍ବାବଧାରକ କହିଛନ୍ତି।

ସେପଟେ ଆସନ୍ତା ମେ ୩ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼କୁ ହଟାଯାଇ ଭୋଇ ସେବାୟତଙ୍କ ଦ୍ବାରା ରଥଖଳା ନିର୍ମାଣ ବେଳେ ପୂର୍ବରୁ ୮୦ ଖଣ୍ଡ ରଥକାଠ ବଳକା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୨୮ ଖଣ୍ଡ ରଥକାଠ ପୁରୀରେ ପହଞ୍ଚିଥିବା ବେଳେ ପର୍ଯ୍ୟାୟ କ୍ରମେ ରଥକାଠ ଆସି ପହଞ୍ଚିଯିବ ବୋଲି ବରିଷ୍ଠ ରଥ ତତ୍ତ୍ବାବଧାରକ କହିଛନ୍ତି। ସେପଟେ ଆସନ୍ତା ମେ ତିନି ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼କୁ ହଟାଯାଇ ଭୋଇ ସେବାୟତଙ୍କ ଦ୍ବାରା ରଥଖଳା ନିର୍ମାଣ କରାଯାଉଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.