ଦିଲ୍ଲୀରେ ବଡ଼ ଦୁର୍ଘଟଣା: ଭୁଶୁଡ଼ିଲା ନିର୍ମାଣଧୀନ କୋଠା, ଏକାଧିକ ଶ୍ରମିକ ଚାପି ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି

ଦିଲ୍ଲୀ : ଦିଲ୍ଲୀରେ ବଡ଼ ଦୁର୍ଘଟଣା । ଭୁଶୁଡିଲା ନିର୍ମାଣଧୀନ ବିଲ୍‌ଡିଂ । ସତ୍ୟ ନିକେତନ ନିକଟରେ ଏକ ନିର୍ମାଣଧୀନ ବିଲଡିଂ ଭୁଶୁଡି ପଡିଛି । ଏଥରେ ଏକାଧିକ ଶ୍ରମିକ ଚାପି ରହିଥିବା ଜଣାପଡିଛି । ଏନ୍‌ଡିଆର୍‌ଏଫ୍‌ ଏହି ଦୁର୍ଘଟଣାସ୍ଥଳରୁ ଜଣଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ଯୁବକ ଜଣକ ମଧ୍ୟ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ମୃତାହତଙ୍କ ବିଷୟରେ ଏଯାଏ କୌଣସି ସ୍ପଷ୍ଟ ସୂଚନା ମିଳିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.