Below header

ପ୍ରଥମ ଥର ପାଇଁ ଚଲା ଶିଖୁଛି ଛୁଆ ହାତୀ, ତଳେ ପଡ଼ୁଛି କିନ୍ତୁ ପୁଣି ଉଠି ଠିଆ ହେଉଛି; ଦେଖନ୍ତୁ କ୍ୟୁଟ୍‌ ଭିଡିଓ

ସୋସିଆଲ ମିଡିଆ ଏବେ ମନୋରଞ୍ଜନର ଏକ ମାଧ୍ୟମ ପାଲଟିଛି କହିଲେ ଭୁଲ ହେବ ନାହିଁ। କାହିଁକି ନା ଏଠାରେ ଆମେ ସବୁ ପ୍ରକାରର ଫଟୋ ଓ ଭିଡିଓ ଦେଖିବାର ସୁଯୋଗ ପାଇଥାଉ। ମନ ଭଲ ନ ଥିବା ବେଳେ ଫୋନ୍‌ ଦେଖିଲେ ଆମ ମାଇଣ୍ଡ ଡାଇଭର୍ଟ ହୋଇଯାଏ। ଅର୍ଥାତ୍‌ ଆମେ ଅନ୍ୟମନସ୍କ ହୋଇ ଅଲଗା କଥା ଭାବିଥାଉ, ଯାହା କିଛି ମାତ୍ରାରେ ଦୁଃଖକୁ ଲାଘବ ବି କରେ ବୋଲି କହିଲେ ଚଳେ। ତେବେ ସୋସିଆଲ ମିଡିଆରେ ପ୍ରାୟତଃ ଭିନ୍ନ ଭିନ୍ନ ତଥା କିଛି କିଛି ନୂଆ ଭିଡିଓ ଦେଖିବାକୁ ମିଳେ। ଯାହା ମନ ଖୁସି କରିଦିଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭାଇରାଲ ହେଉଥିବା ଭିଡିଓରେ ଏକ ହାତୀ ଛୁଆ ପ୍ରଥମ ଥର ଚାଲୁଥିବାର ଦୃଶ୍ୟକୁ କଏଦ କରାଯାଇଛି। ଯାହା ଦେଖିଲେ ଆପଣ ବି ଖୁସି ହୋଇଯିବେ। ଏମିତିରେ ତ ଆମେ ସମସ୍ତ ଜାଣୁ ଯେ ହାତୀ ଏକ ସୁନ୍ଦର ଜୀବ। ବିଶାଳ କାୟ ଶରୀର, କୁଲା ଭଳି କାନ ଓ ସାମ୍ନାରେ ବଡ଼ ଶୁଣ୍ଢ। ହାତୀଟି ରାସ୍ତାରେ ଝୁଲି ଝୁଲି ଯାଉଥିବାର ଦେଖିଲେ ଛୋଟ ପିଲାମାନେ ବେଶ୍‌ ଖୁସି ହୋଇଥାନ୍ତି। କିନ୍ତୁ ଏବେ ଭାଇରାଲ ହେଉଥିବା ଏହି କୁନି ହାତୀକୁ ଦେଖିଲେ, ଆପଣ ନିଶ୍ଚିତ ଭାବେ ନିଜ ପିଲାବେଳ କଥା ଭାବିବେ।

ଦେଖନ୍ତୁ ଭିଡିଓ:

ପିଲାମାନେ ଯେମିତି ନିଜ ପ୍ରଥମ ପାଦ ପକାଇବା ବେଳେ ବାରମ୍ବାର ପଡ଼ିଥାନ୍ତି। ଏହି ଛୁଆ ହାତୀଟି ମଧ୍ୟ ସେମିତି ବାରମ୍ବାର ପଡ଼ି ଉଠି ଶେଷରେ ଚାଲିବା ଶିଖିଯାଉଛି। ହାତୀ ଛୁଆଟି ସଳଖି ଠିଆ ହେବାକୁ ଯେତେ ଥର ଚେଷ୍ଟା କରୁଛି, ସେତେଥର ସେ ତଳେ ପଡ଼ିଯାଉଛି। କୁନି କୁନି ଗୋଡ଼ରେ ଏତେ ବଳ ନାହିଁ ଯେ ସେ ପୂରା ଶରୀରକୁ ସମ୍ଭାଳି ପାରିବ। ତଥାପି ହାର୍‌ମାନୁନି ଛୁଆ ହାତୀଟି। ତାର ଇଚ୍ଛା ସେ ଠିଆ ହେବ ଓ ମା’ ଭଳି ଆଗକୁ ଆଗକୁ ତା ସାଙ୍ଗେ ସାଙ୍ଗେ ଚାଲିବ। କିନ୍ତୁ ସାଥ୍‌ ଦେଉନି ଗୋଡ଼। ତଥାପି ହାର୍‌ ମାନୁନି । ନିଜ ଚେଷ୍ଟାକୁ ଜାରି ରଖିଛି ଏହି କୁନି ହାତୀ।

ହାତୀର ଏହି କ୍ୟୁଟ୍‌ ଭିଡିଓକୁ ଟ୍ଵିଟର ୟୁଜର Buitenge Bieden ସେୟାର କରିଛନ୍ତି। ଏହି ୫୨ ସେକେଣ୍ଡର ଭିଡିଓରେ ଚାଲିବା ପାଇ ହାତୀ ଛୁଆଟିର ଉଦ୍‌ଯୋଗ ଦେଖିବାକୁ ମିଳିଛି। ଭିଡିଓର କ୍ୟାପ୍‌ସନ୍‌ରେ ଲେଖାଯାଇଛି- ଛୁଆ ହାତୀର ପ୍ରଥମ ପାଦ।

ଦେଖନ୍ତୁ ଜିରାଫର ଭିଡିଓ:

Also Read: ମଡେଲଙ୍କ ସହ ଇଣ୍ଟିମେଟ୍‌ ଭିଡିଓ ବନାଇବା ପାଇଁ ୬ କୋଟି ଅଫର ଦେଲେ ବିଜ୍‌ନେସ୍‌ମ୍ୟାନ୍‌! କରିବାକୁ କହୁଥିଲେ ଏମିତି କାମ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.