ମଡେଲଙ୍କ ସହ ଇଣ୍ଟିମେଟ୍‌ ଭିଡିଓ ବନାଇବା ପାଇଁ ୬ କୋଟି ଅଫର ଦେଲେ ବିଜ୍‌ନେସ୍‌ମ୍ୟାନ୍‌! କରିବାକୁ କହୁଥିଲେ ଏମିତି କାମ

ମଡେଲଙ୍କ ସହ ଅନ୍ତରଙ୍ଗ ହେବାକୁ କୋଟି କୋଟି ଟଙ୍କା ଅଫର କରିଛନ୍ତି ଜଣେ କୋଟିପତି। ଏ ନେଇ ମଡେଲ ଜଣକ ଅଭିଯୋଗ କରିଛନ୍ତି। ମଡେଲଙ୍କ କହିବାନୁସାରେ, କୋଟିପତି ଜଣକ ତାଙ୍କ ସହ ଇଣ୍ଟିମେଟ୍‌ ଭିଡିଓ ସୁଟିଂ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ୬ କୋଟି ଟଙ୍କା ଅଫର କରିଥିଲେ। କିନ୍ତୁ ତାଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରି ସର୍ବସମ୍ମୁଖରେ ଏହି କଥାକୁ ଖୁଲାସା କରିଛନ୍ତି ମଡେଲ। ଏହି ମଡେଲଙ୍କ ନାଁ ହେଉଛି ଏଲିସ୍‌ ଇରଓ୍ଵିଙ୍ଗ୍‌(Alice Irving)। ସେ କାନାଡ଼ାର ବାସିନ୍ଦା।

୨୪ ବର୍ଷୀୟା ଏଲିସ୍‌ କହିଛନ୍ତି, ତାଙ୍କୁ ଏକ ନନ୍‌-ଡିସ୍‌କ୍ଲୋଜର ଚୁକ୍ତି ସ୍ୱାକ୍ଷର କରିବାକୁ ବାଧ୍ୟ କରାଯାଇଥିଲା। ସେ ଆଇନ୍‌ଗତ କାରଣ ଯୋଗୁ ଏହି କୋଟିପତିଙ୍କ ନାଁ ନ ନେଇ କହିଛନ୍ତି ଯେ ବ୍ୟକ୍ତି ଜଣକ ଜଣେ ମିଲେନେୟାର। ସେ ତାଙ୍କୁ ବ୍ୟକ୍ତିଗତ ଭାବେ ଦେଖା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ଏମିତି କରିବାକୁ ଚାହୁଁ ନାହାନ୍ତି। ଏମିତି କରିବା ଦ୍ୱାରା ତାଙ୍କ କ୍ୟାରିୟର ନଷ୍ଟ ହୋଇଯିବ ବୋଲି କହିଛନ୍ତି ଏଲିସ୍‌।

 

View this post on Instagram

 

A post shared by Alice Irving (@thealiceirving)

ଏଲିସ୍‌ଙ୍କ କହିବାନୁସାରେ, ସେ କେବେ ବି କାହା ସହ ବ୍ୟକ୍ତିଗତ ଭାବେ ସାକ୍ଷାତ କରନ୍ତି ନାହିଁ। ଏହା ତାଙ୍କର ଏକ ଅଭ୍ୟାସ। ସେ କହିଛନ୍ତି, ମଡେଲ ଭାବେ କାମ କରିବା ଅଲଗା ଓ ଭିଡିଓ ବନାଇବା ସମ୍ପୂର୍ଣ୍ଣ ଅଲଗା। ଇଣ୍ଟିମେଟ୍‌ ଭିଡିଓ ବନାଇବାର ଅର୍ଥ ହେଉଛି ସେ ମୋ ଶରୀରକୁ ସ୍ପର୍ଶ କରିବେ। ହୋଇପାରେ ସେ ଆହୁରି ଅଧିକ କିଛି କରିପାରନ୍ତି। ସେ ମୋ ଇଚ୍ଛା ମୁତାବକ ମୋ ସହ ଶାରୀରିକ ସମ୍ପର୍କ ବି ରଖିପାରନ୍ତି। କିନ୍ତୁ ମୁଁ ଏମିତି ଚାହୁଁ ନାହିଁ। ଏଥିପାଇଁ ଯେତେ ବି ପଇସା ମିଳୁ ସେ କାମ କରିବେ ନାହିଁ ମାନେ କରିବେ ନାହିଁ ବୋଲି କହିଛନ୍ତି ମଡେଲ ଏଲିସ୍‌।

ସୂଚନାଯୋଗ୍ୟ ଯେ ମଡେଲ ଏଲିସ୍‌ ଇରଓ୍ଵିଙ୍ଗ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି। ଏଥିପାଇଁ ସେ ବର୍ଷକୁ ୩୬୫ ଦିନ ଓ ସପ୍ତାହର ୭ ଦିନ କାମ କରୁଛନ୍ତି। ବିନା ଆରାମରେ ସେ ଗତ ୬ ବର୍ଷ ହେଲାଣି କାମ କରି ଚାଲିଛନ୍ତି। ସେ ଯାହା ଚାହୁଁଥିଲେ ସେଇଆ କରୁଛନ୍ତି ବୋଲି କହିଛନ୍ତି ଏଲିସ୍‌। ଏଲିସ୍‌ଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏବେ ସାଢ଼େ ୪ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି। ଏଥିରେ ସେ ପ୍ରତିଦିନ ନିଜ ଗ୍ଲାମରସ୍‌ ଫଟୋ ଓ ଭିଡିଓ ପୋଷ୍ଟ କରୁଛନ୍ତି। ଫ୍ୟାନ୍‌ମାନେ ତାଙ୍କ ଫଟୋ ଓ ଭିଡିଓକୁ ଖୁବ୍‌ ଲାଇକ୍‌ କରୁଥିବା ଦେଖାଯାଇଛି।

Also Read: ପିଲାବେଳେ ଯୌନ ଶୋଷଣର ଶିକାର ହୋଇଥିଲେ କଙ୍ଗନା ରାଣାଓ୍ଵତ୍‌, ରିଆଲିଟି ଶୋ’ ଲକ୍‌ଅପ୍‌ରେ କଲେ ବଡ଼ ଖୁଲାସା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.