Below header

ଜିଆରଏସ ବାବୁଲି ଚରଣଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ୍‌, ଠାବ କଲେ ୫୯ଟି ପ୍ଲଟ୍‌

ଭୁବନେଶ୍ବର(କେନ୍ୟୁଜ୍): ଗ୍ରାମ ରୋଜଗାର ସେବକଙ୍କର ୫୯ଟି ପ୍ଲଟ୍‌ ଠାବ। ପ୍ରାଇମ୍‌ ଲୋକେସନ୍‌ରେ ରହିଛି ସମସ୍ତ ପ୍ଲଟ୍‌। ନନ୍ଦନକାନନ ରୋଡ଼ ରଘୁନାଥପୁରରେ ୧.୨୪ କୋଟିର ତିନି ମହଲା ଘର ରହିଛି। ବ୍ୟାଙ୍କ ଜମା ଓ ଇନ୍‌ସୁରାନ୍ସ ଜମା ଯାଞ୍ଚ କରୁଛି ଭିଜିଲାନ୍ସ ଟେକ୍ନିକାଲ ଟିମ୍‌। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ଗ୍ରାମପଞ୍ଚାୟତର GRS ବାବୁଲି ଚରଣ ପଢିହାରିଙ୍କ ଘରେ ରେଡ୍‌।

ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଟିମ୍‌ର ଚଢ଼ାଉ। କଳାରାହାଙ୍ଗ ଅଫିସ, ପୈତୃକ ଘର, ମାଉସୀ ମା’ ମନ୍ଦିର ପାଖରେ ଥିବା ୩ ମହଲା କୋଠା, ରଘୁନାଥପୁରରେ ଥିବା ୨ ମହଲା କୋଠା ସମେତ ରଘୁନାଥପୁରର ଏକ ପ୍ଲଟରେ ଚଢାଉ ଚାଲିଛି। ରେଡ୍‌ରେ ୩ଜଣ DSP ଓ ୧୦ ଜଣ ଇନିସପେକ୍ଟର ସାମିଲ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.