Below header

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଲେ ଗଜପତି, କହିଲେ: ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି

ପୁରୀ (କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ନିବେଦନ କରିଛନ୍ତି । ସମସ୍ତେ ମିଶି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବା ଉଚିତ । ମହାପ୍ରଭୁଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରାଯିବା ଉଚିତ ନୁହେଁ । ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ବୋଲି ସେ କହିଛନ୍ତି । ଏଥିପାଇଁ ପ୍ରକଳ୍ପ କାର୍ଯ୍ୟ ଶିଘ୍ର ଶେଷ କରିବାକୁ ନିବେଦନ କରିଛନ୍ତି ଗଜପତି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ନିର୍ମାଣ କାମ ପାଇଁ ହୋଇଥିବା ଖନନ ଯୋଗୁଁ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥିବା ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ଅଭିଯୋଗ କରିଛନ୍ତି ।

ଏପଟେ ଶ୍ରୀମନ୍ଦିର ପରିଚାଳନା କମିଟିର ପରିବର୍ଦ୍ଧିତ ବୈଠକ ଶେଷ । ଏଥିରେ ୨୪୮ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଅନୁମୋଦିିତ ହୋଇଛି । ଗୁରୁକୁଳ ପାଇଁ MOU ହେବ । ସେବାୟତଙ୍କ ବାସଗୃହ ଯୋଜନା ପାଇଁ ସ୍ଥାନ ନିରୂପଣ ଚାଲିଛି । ହରଚଣ୍ଡୀ ସାହି ଓ ଦକ୍ଷିଣକାଳୀ ସାହି ମୌଜାରେ ଜମି ଚିହ୍ନଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.