ପିଲାବେଳେ ଯୌନ ଶୋଷଣର ଶିକାର ହୋଇଥିଲେ କଙ୍ଗନା ରାଣାଓ୍ଵତ୍‌, ରିଆଲିଟି ଶୋ’ ଲକ୍‌ଅପ୍‌ରେ କଲେ ବଡ଼ ଖୁଲାସା

ପିଲା ବେଳେ ଶାରୀରିକ ଶୋଷଣର ଶିକାର ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ। ଟିଭି ରିଆଲିଟି ଶୋ’ ଲକ୍‌ଅପ୍‌ରେ ରବିବାର ପ୍ରସାରିତ ଏପିସୋଡ୍‌ରେ ସେ ଏନେଇ ଖୁଲାସା କରିଛନ୍ତି। କଙ୍ଗନା ରାଣାଓ୍ଵତଙ୍କ କହିବାନୁସାରେ, ତାଙ୍କୁ ପିଲା ବେଳେ ସେକ୍ସୁଆଲ ହାରାସ୍‌ମେଣ୍ଟର ସାମ୍ନା କରିବାକୁ ପଡ଼ିଥିଲା। ଶୋ’ର ଜଣେ ପ୍ରତିଯୋଗୀ ମୁନବ୍ଦର ଫାରୁକି ଏକ ଟାସ୍କ ବେଳେ କହିଥିଲେ, ପିଲା ବେଳେ ସେ ଶାରୀରିକ ଶୋଷଣର ଶିକାର ହୋଇଥିଲେ। ମୁନବ୍ଦରଙ୍କ କଥା ଶୁଣି କଙ୍ଗନାଙ୍କର ବି ନିଜ ସହ ଘଟିଥିବା ଘଟଣା ବିଷୟରେ ମନେ ପଡ଼ିଯାଇଥିଲା।

 

View this post on Instagram

 

A post shared by Kangana Dhaakad (@kanganaranaut)

ଏହି ପୂରା ଘଟଣାକ୍ରମର ଆରମ୍ଭ ଏକ ଟାସ୍କ ବେଳେ ହୋଇଥିଲା, ଯେତେବେଳେ ପ୍ରତିଯୋଗୀ ସାୟଶା ସିନ୍ଦେଙ୍କୁ ଶୋ’ର ଆଉ ଜଣେ ପ୍ରତିଯୋଗୀଙ୍କୁ ରାଜି କରାଇବାର ଥିଲା ଯେ ସେ ନିଜ ଜୀବନର ଏକ ବଡ଼ ସିକ୍ରେଟ୍‌ ସମସ୍ତଙ୍କୁ କହିବେ। ଏଥିପାଇଁ ମୁନବ୍ଦର ଫାରୁକି ଆଗକୁ ଆସିଥିଲେ। ସେ କହିଥିଲେ, ଯେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା ସେହି ସମୟରେ ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସେ ସେକ୍ସୁଆଲ ହାରାସମେଣ୍ଟର ଶିକାର ହୋଇଥିଲେ।

ମୁନବ୍ଦରଙ୍କ କହିବାନୁସାରେ, ତାଙ୍କୁ ୬ ବର୍ଷ ହୋଇଥିବା ବେଳେ ପ୍ରଥମ ଶାରୀରିକ ଶୋଷଣର ଶିକାର ହୋଇଥିଲେ। ଏହା ତାଙ୍କୁ ୧୧ ବର୍ଷ ହେବା ଯାଏଁ ଜାରି ରହିଥିଲା। କୌଣସି ବାହାର ବ୍ୟକ୍ତି ନୁହେଁ, ବରଂ ନିଜ ସମ୍ପର୍କୀୟଙ୍କ ହିଁ ତାଙ୍କ ଯୌନ ଶୋଷଣ କରିଥିଲେ। ସେତେବେଳେ ସେ ଛୋଟ ଥିବାରୁ କିଛି ବୁଝିପାରୁନଥିଲେ। କିନ୍ତୁ ଅସହଜ ହୋଇପଡ଼ିଥିଲେ। ସମ୍ପର୍କୀୟଙ୍କୁ ଯେତେବେଳେ ଲାଗିଲା ଯେ ସବୁକିଛି ଅଧିକ ହେଉଛି, ସେ ମୋତେ ଛାଡ଼ି ଦେଇଥିଲେ ବୋଲି କହିଛନ୍ତି ମୁନବ୍ଦର। ଏ ନେଇ ସେ ନିଜ ବାପାଙ୍କୁ କହିବାକୁ ସେ ରାଗିଯାଇ କହିଥିଲେ , ଏକଥା ଯେମିତି ବାହାରକୁ ନ ଆସେ। ବାପା ଉକ୍ତ ସମ୍ପର୍କୀୟଙ୍କୁ କିଛି ବି କହିନଥିଲେ ବୋଲି କହିଥିଲେ ମୁନବ୍ଦର।

Lock up
Image Credit: Instagram

ଏହି କଥା ଶୁଣି କଙ୍ଗନା କହିଥିଲେ, ପ୍ରତିବର୍ଷ ଅନେକ ଶିଶୁ ସେକ୍ସୁଆଲ ହାରାସମେଣ୍ଟର ଶିକାର ହୋଇଥାନ୍ତି। କିନ୍ତୁ କେବେ ବି ଖୋଲାଖୋଲି ଏ ନେଇ ଆଲୋଚନା କରିନଥାନ୍ତି। ମୁଁ ବି ଏମିତି ପରିସ୍ଥିତିର ସାମ୍ନା କରିଛି। ସେତେବେଳେ ମୁଁ ଛୁଆ ଥିଲି ଓ ଆମ ସହରର ହିଁ ଏକ ପୁଅ ମୋତେ ଭୁଲ ଢଙ୍ଗରେ ଛୁଇଁଥିଲା। ସେତେବେଳେ ମୁଁ ପିଲାଥିବାରୁ ଏସବୁ କଥାର ଗୁରୁତ୍ୱକୁ ବୁଝିପାରିନଥିଲି ବୋଲି କହିଛନ୍ତି କଙ୍ଗନା ରାଣାଓ୍ଵତ୍‌।

Also Read: ନିଜ ବାହାଘରରେ ଧୁମ୍‌ ନାଚିଛନ୍ତି ଆଇଏଏସ୍‌ ଟିନା ଡାବି, IAS ଭଉଣୀ ରିୟା ସେୟାର କଲେ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.