Below header

ମହିଳା ହଷ୍ଟେଲରେ ବିଳମ୍ବିତ ରାତିରେ ଧସେଇ ପଶିଲେ ଦୁର୍ବୃତ୍ତ, ଅସଦାଚରଣ କରିବା ସହ ଲୁଟି ନେଲେ ସବୁ କିଛି

କେନ୍ଦ୍ରାପଡା (କେନ୍ୟୁଜ୍): କେନ୍ଦ୍ରାପଡ଼ା କଲେଜ ମହିଳା ହଷ୍ଟେଲ ରୁମ୍ ରେ ବିଳମ୍ବିତ ରାତ୍ରରେ ପସିଲେ ଦୁର୍ବୃତ୍ତ । ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ଟଙ୍କା, ମୋବାଇଲ ଲୁଟି ନେଇଛନ୍ତି ଅଭିଯୁକ୍ତ । ଟାଉନ୍ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି ।

ମିଳିଥିବା ଖବର ଅନୁଯାୟୀ କେନ୍ଦ୍ରାପଡ଼ା ସ୍ଵୀୟଂ ଶାସିତ ମହା ବିଦ୍ୟାଳୟରେ ଝରକା ଭାଙ୍ଗି ଗତକାଲି ବିଳମ୍ବିତ ରାତିରେ କେତେ ଜଣ ଦୁର୍ବୃତ୍ତ ପସି ହଷ୍ଟେଲରେ ଥିବା ଛାତ୍ରୀ ମାନକୁ ଶୋଇବାର ସୁବିଧା ନେଇ ଦୁର୍ବ୍ୟବହାର କରିଥିଲେ । ଏଥିସହିତ ସେମାନଙ୍କ ଟଙ୍କା ମୋବାଇଲ୍ ଓ ପର୍ସ ଲୁଟି ନେଇଛନ୍ତି । ତେବେ ସୁରକ୍ଷା ବ୍ୟବସ୍ଥା ଢିଲା ଓ ହଷ୍ଟେଲ ପରିସର ସିସି କ୍ୟାମେରା ନଥିବାରୁ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ ।

କେବଳ ସେତିକି ନୁହେଁ ହଷ୍ଟେଲ ଛାତ୍ରୀଙ୍କ ଅନ୍ତବସ୍ତ୍ର ଆଦିକୁ କାଟି ଦେଇଥିବାର ଖବର ଶୁଣିବାକୁ ମିଳୁଛି। ଏଥିସହିତ କିଛି ଛାତ୍ରୀଙ୍କୁ ଛୁଇଁବା ବେଳେ ସେମାନେ ହଠାତ ଉଠିପଡ଼ି ଥିଲେ। ଏହି ସମୟରେ ଦୁର୍ବୃତ୍ତ ମାନେ ମୋବାଇଲ ଓ ଟଙ୍କା ନେଇ ଛୁ ମାରିଥିଲେ। ତେବେ ଘଟଣା ସମ୍ପର୍କରେ କଲେଜ ଅଧକ୍ଷଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ଏହି ଘଟଣା ହଷ୍ଟେଲରେ ଘଟିବା ପରେ ହଷ୍ଟେଲ ସୁପାରିଟେଣ୍ଡେନ୍ତ ଛାତ୍ରୀଙ୍କୁ ଦୋଷ ଦେଇଛନ୍ତି । ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଛାତ୍ରୀମାନେ କାହିଁକି କମ ବସ୍ତ୍ର ପିନ୍ଧି ଶୋଇଥିଲେ ।


 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.