Below header

ରେଢାଖୋଲ ବନଖଣ୍ଡରୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଗଲା ରଥ କାଠ

ଘୋଷ ଯାତ୍ରା ଉପଲକ୍ଷେ ତିନୋଟି ରଥର ନିର୍ମାଣ ପାଇଁ ରେଢାଖୋଲ ରୁ ପୁରୀକୁ ଯାଇଛି କାଠ। ତେବେ ଗତ ୨୦୨୨ ମସିହାରୁ ରେଢାଖୋଲ ବନଖଣ୍ଡ ରୁ ପୁରୀକୁ ରଥ କାଠ ପଠେଇବା ପ୍ରଥା ଆରମ୍ଭ କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ୨୦୨୨ ରେ ୬୩ ଖଣ୍ଡ କାଠ ପଠାଯାଇଥିବା ବେଳେ ଚଳିତ ବର୍ଷ ପୁଣି ଦ୍ୱିତୀୟ ଥର ପାଇଁ ପୁରୀ ପ୍ରଶାସନିକ ଆଦେଶ କ୍ରମେ ୫୩ଖଣ୍ଡ କାଠ ରେଢାଖୋଲ ବନଖଣ୍ଡର ବୁର୍ଡା ପଞ୍ଚାୟତ ଅଞ୍ଚଳରୁ କାଠ ଯାଇଛି।

ରେଢାଖୋଲ(କେନ୍ୟୁଜ୍): ଆଗକୁ ଆସୁଛି ମହାପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରା। ଏହି ଯାତ୍ରାରେ ରତ୍ନ ସିଂହାସନରୁ ଓହ୍ଲାଇ ଆସି ରଥାରୁଢ ହୋଇ ସାରା ବିଶ୍ବ ବ୍ରହ୍ମାଣ୍ଡକୁ ଦର୍ଶନ ଦିଅନ୍ତି ଚତୁର୍ଦ୍ଧାମୂର୍ତ୍ତି। ତେବେ ଘୋଷ ଯାତ୍ରା ଉପଲକ୍ଷେ ରଥ ନିର୍ମାଣ ପାଇଁ ଆବଶ୍ଯକ ପଡିଥାଏ କାଠ। ଯାହା ଚଳିତ ବର୍ଷ ରେଢାଖୋଲ ରୁ ପଠାଯାଇଛି। ୨୦୨୨ ମସିହାରୁ ରଥ ନିର୍ମାଣ ପାଇଁ ରେଢାଖୋଲ ବନଖଣ୍ଡ ତରଫରୁ ରଥ କାଠ ପଠାଯାଉଛି।ଏଥର ଦ୍ୱିତୀୟ ଥର ପାଇଁ ପୁରୀକୁ ରଥ କାଠ ପଠାଇବାର ସୌଭାଗ୍ୟ ଅର୍ଜନ କରିଛି ରେଢାଖୋଲ। ଚଳିତ ବର୍ଷ ମହାପ୍ରଭୁଙ୍କର ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ୭୪୭ ଖଣ୍ଡ କାଠ ରୁ ରେଢାଖୋଲ ରୁ ୫୩ଖଣ୍ଡ କାଠ ପଠେଇ ଦିଆ ଯାଇଛି।

ତିନୋଟି ରଥର ନିର୍ମାଣ ପାଇଁ ରେଢାଖୋଲ ରୁ ପୁରୀକୁ ଯାଇଛି କାଠ। ତେବେ ଗତ ୨୦୨୨ ମସିହାରୁ ରେଢାଖୋଲ ବନଖଣ୍ଡ ରୁ ପୁରୀକୁ ରଥ କାଠ ପଠେଇବା ପ୍ରଥା ଆରମ୍ଭ କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ୨୦୨୨ ରେ ୬୩ ଖଣ୍ଡ କାଠ ପଠାଯାଇଥିବା ବେଳେ ଚଳିତ ବର୍ଷ ପୁଣି ଦ୍ୱିତୀୟ ଥର ପାଇଁ ପୁରୀ ପ୍ରଶାସନିକ ଆଦେଶ କ୍ରମେ ୫୩ଖଣ୍ଡ କାଠ ରେଢାଖୋଲ ବନଖଣ୍ଡର ବୁର୍ଡା ପଞ୍ଚାୟତ ଅଞ୍ଚଳରୁ କାଠ ଯାଇଛି। ବୁର୍ଡା ଜଙ୍ଗଲରୁ ୪୦ ଫୁଟ ଲମ୍ବର ୫୩ଖଣ୍ଡ ଧଉରା କାଠ ଗଣ୍ଡି ଏକ ଟ୍ରକ ଯୋଗେ ପୁରୀକୁ ପଠେଇ ଦିଆ ଯାଇଛି। ଏ ଅବସରରେ ରେଢାଖୋଲ ବନଖଣ୍ଡ ସହର ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ରିତିନୀତି ଅନୁଯାୟୀ ଘଣ୍ଟ,ଶଙ୍ଖ,ହୁଳହୁଳି,କୀର୍ତ୍ତନ କରାଯାଇ ପୁରୀକୁ ପଠାଇ ଦିଆଯାଇଥିଲା ।

ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୬ଜଣିଆ ପ୍ରତିନିଧି ମଣ୍ଡଳି ସୁଦର୍ଶନ ମେକପ ଙ୍କ ତତ୍ୱାବଧାନରେ ରେଢାଖୋଲରେ ପହଁଞ୍ଚି ରଥ କାଠ ଯାଞ୍ଚପରେ ରଥ କାଠ କଟା ପ୍ରକ୍ରୀୟା ଆରମ୍ଭ କରିଥିଲେ । ପ୍ରଥମେ ବୁର୍ଡା ପଞ୍ଚାୟତ ରେ ପହଁଞ୍ଚି ରଥ କାଠ ଚିହ୍ନଟ କରାଯାଇଥିଲା। ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ରେ ରିତିନୀତି ଅନୁସାରେ ନାମ ସଂକିର୍ତ୍ତନ୍ୟ ଘଣ୍ଟ,ସଂଖ ବଜାଇ ପୂଜା ଚ୍ଚନା କରି ରଥ କାଠ କଟା ପ୍ରକ୍ରୀୟା ଆରମ୍ଭ କରାଯାଇଥିଲା। ରଥ କାଠ ଦର୍ଶନ ପାଇଁ ଲୋକ ମାନେ ଦୌଡି ଆସିଥିଲେ। ପୁରୀକୁ ଯାଇ ନପାରିଲେ ମଧ୍ୟ ରେଢାଖୋଲରେ ଦର୍ଶନ କରି ଜଗନ୍ନାଥଙ୍କର ଦର୍ଶନର ଅନୁଭବ କରିଥିଲେ ଲୋକେ।

ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ଯିଏ ପାଇଛି ସେ କୋଟି ପୂଣ୍ଯର ଅଧିକାରୀ। ତେବେ ରେଢାଖୋଲରୁ ପୁରୀକୁ ରଥ କାଠ ଦ୍ୱିତୀୟ ଥର ପାଇଁ ଯାଇଥିବା ବେଳେ ଏହା ରେଢାଖୋଲ ବାସୀଙ୍କ ପାଇଁ ଗର୍ବ ଓ ଗୌରର ବିଷୟ। ଯାହାକୁ ନେଇ ରେଢାଖୋଲ ବାସୀଙ୍କ ଖୁସି କହିଲେ ନସରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.