Below header

୩ ମାସ ପରେ ଖୋଲିଲା ମାଆ ମଝିଘରିଆଣୀଙ୍କ ଦାନ ହୁଣ୍ଡି, ବାହାରିଲା ୬୮ ଲକ୍ଷରୁ ଅଧିକ ଟଙ୍କା

ମାଆ ମଝିଘରିଆଣୀଙ୍କ ଦାନ ହୁଣ୍ଡିରୁ ବାହାରିଲା ୬୮ଲକ୍ଷ ୭୪ହଜାର ୧୪୦ ଟଙ୍କା। ଏହାସହ ୫୩ଗ୍ରାମ ସୁନା, ୧ କିଲୋ ୭୯୭ ଗ୍ରାମ ରୁପା ମଧ୍ୟ ଦାନ ହୁଣ୍ଡିରୁ ବାହାରିଛି। ଦୀର୍ଘ ୩ ମାସ ପରେ ଖୋଲାଯାଇଥିଲା ରାୟଗଡାର ଅଧିଷ୍ଟାତ୍ରୀ ଦେବୀ ମଝିଘରିଆଣୀଙ୍କ ଦାନ ହୁଣ୍ଡି ।

ରାୟଗଡା (କେନ୍ୟୁଜ): ମାଆ ମଝିଘରିଆଣୀଙ୍କ ଦାନ ହୁଣ୍ଡିରୁ ବାହାରିଲା ୬୮ଲକ୍ଷ ୭୪ହଜାର ୧୪୦ ଟଙ୍କା। ଏହାସହ ୫୩ଗ୍ରାମ ସୁନା, ୧ କିଲୋ ୭୯୭ ଗ୍ରାମ ରୁପା ମଧ୍ୟ ଦାନ ହୁଣ୍ଡିରୁ ବାହାରିଛି। ଦୀର୍ଘ ୩ ମାସ ପରେ ଖୋଲାଯାଇଥିଲା ରାୟଗଡାର ଅଧିଷ୍ଟାତ୍ରୀ ଦେବୀ ମଝିଘରିଆଣୀଙ୍କ ଦାନ ହୁଣ୍ଡି । ସଂଧ୍ୟାରେ ଗଣତି ଶେଷ ହୋଇଥିଲା । ୯ଟି ହୁଣ୍ଡି ଖୋଲାଯାଇ ସକାଳ ୯ଟାରୁ ଏହି ଗଣତି ଚାଲିଥିଲା । କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ଥାନୀୟ ତହସିଲଦାର, ମନ୍ଦିର ପରିଚାଳନା କର୍ତୃପକ୍ଷ, ଦେବୋତ୍ତର ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଗଣତି ଚାଲିଥିଲା । ଗଣତି ବେଳେ କିଛି ଅଚଳ ନୋଟ ସହ ବିଦେଶୀ ନୋଟ ମଧ୍ୟ ବାହାରିଥିଲା । ଏହି ଗଣତି କାର୍ଯ୍ୟରେ ସ୍ବେଛାସେବୀ ସଂଗଠନର ୨୦୦ ଲୋକଙ୍କ ସହ ମନ୍ଦିରର ପ୍ରାୟ ୧୫୦ ଜଣ କର୍ମକତ୍ତା ସାମିଲ ହୋଇଥିଲେ।

ଗତକାଲି ହୁଣ୍ଡିରୁ ବାହାରିଥିବା ଅର୍ଥକୁ ୟୁନିୟନ ବ୍ୟାଙ୍କରେ ରଖାଯିବ ଏବଂ ଏହି ଅର୍ଥ ମନ୍ଦିରର ପାରିପାଶ୍ୱିର୍କ ଉନ୍ନତି ସହ ଭକ୍ତଙ୍କ ଉନ୍ନତିମୂଳକ କାର୍ଯ୍ୟରେ ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.