Below header

ବାଇକ ଉପରେ ମାଡ଼ିଗଲା ହାଇୱା, ୨ ଆରୋହୀଙ୍କ ମୃତ୍ୟୁ

କୁଜଙ୍ଗ ବ୍ଲକ ଅନ୍ତର୍ଗତ ୧୫ ନମ୍ବର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ ଉପରେ ଚଢ଼ିଗଲା ହାଇୱା। ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଦୁଇଜଣ ବ୍ୟକ୍ତି ହେଲେ ଜିତେନ୍ଦ୍ର ପାଲ ଓ ପ୍ରହଲ୍ଲାଦ ଭୋଳ ।

ପାରାଦୀପ (କେନ୍ୟୁଜ): କୁଜଙ୍ଗ ବ୍ଲକ ଅନ୍ତର୍ଗତ ୧୫ ନମ୍ବର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ ଉପରେ ଚଢ଼ିଗଲା ହାଇୱା। ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଦୁଇଜଣ ବ୍ୟକ୍ତି ହେଲେ ଜିତେନ୍ଦ୍ର ପାଲ ଓ ପ୍ରହଲ୍ଲାଦ ଭୋଳ । ଖବର ପାଇ ଅଗ୍ନିଶମ ବିଭାଗ ଓ ଦେବଦୁତ ସଡ଼କ ସୁରକ୍ଷା ବାହିନୀର ସଦସ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

ସୂଚନା ଅନୁଯାଇ ଆଜି ସକାଳ ୭ଟା ସମୟରେ ପାରାଦୀପରୁ କୁଜଙ୍ଗ ଯାଉଥିବା ଏକ ବାଇକକୁ କୁଜଙ୍ଗରୁ ପାରାଦୀପ ଆଡକୁ ଦ୍ରୁତ ଗତିରେ ଆସୁଥିବା ହାଇୱା ଚଢ଼ାଇଦେଇ ଫେରାର ହୋଇଯାଇଥିଲା। ତେବେ ଘଟଣା ସ୍ଥଳରେ ବାଇକରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବରଣ କରିଥିବା ଦୁଇଜଣ ବ୍ୟକ୍ତି ହେଲେ ଜିତେନ୍ଦ୍ର ପାଲ ତାଙ୍କ ଘର ରୋମିତ ଛନ୍ଦା ଏବଂ ପ୍ରହଲ୍ଲାଦ ଭୋଳଙ୍କ ଘର ପାଟୁଳିପଙ୍କ ଉଭୟ ରଘୁନାଥପୁର ମାର୍ଶାଘାଇ ଥାନା ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.