Below header

ବରଯାତ୍ରୀ ପ୍ରୋସେସନରେ ଅସଲି ବିଷାକ୍ତ ସାପ ସହିତ ନାଚ, ସାପୁଆ ଖେଳାଳି ସମେତ ୫ ଅଟକ

କରଞ୍ଜିଆ (କେନ୍ୟୁଜ): ବରଯାତ୍ରୀ ପ୍ରୋସେସନରେ ଅସଲି ସାପ । ବିଷାକ୍ତ ସାପକୁ ନେଇ ନାଚ । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସହରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବରଯାତ୍ରୀ ପ୍ରୋସେସନରେ ଯାଉଥିବା ବେଳେ ବିଷାକ୍ତ ସାପକୁ ନଚା ଯାଇଥିଲା । ଜଣେ ସାପୁଆ ପେଡ଼ିରୁ ସାପ ବାହାର କରି ନାଗିନ ସଙ୍ଗୀତରେ ସର୍ବସାଧାରଣଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରିଥିଲେ ।

ସାପୁଆ ସାପକୁ ବାଜାର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ । ଲୋକମାନଙ୍କୁ ମନୋରଞ୍ଜନ କରିବାକୁ ଚେଷ୍ଟା କରୁଥିଲା ସାପୁଆ ଖେଳାଳି । କରଞ୍ଜିଆ ବନ ବିଭାଗ ଖବର ପାଇବା ପରେ ସାପୁଆ ଖେଳାଳି ସମେତ ୫ ଜଣକୁ ଅଟକ ରଖିଛନ୍ତି । ମହଙ୍ଗା ପଡିଲା ସାପକୁ ନଚାଇବା । ସାପକୁ ମଧ୍ୟ ବନ ବିଭାଗ ଉଦ୍ଧାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.