ଭଦ୍ରକରେ ଅଂଶୁଘାତରେ ଜଣଙ୍କ ମୃତ୍ୟୁ, ବିଲରେ କାମ କରୁଥିବା ବେଳେ ଟଳିପଡିଲେ

ଭଦ୍ରକ(କେନ୍ୟୁଜ): ଭଦ୍ରକ ଜିଲ୍ଲାରେ ଅଂଶୁଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଥିବା ଅଭିଯୋଗ । ମୃତକ ହେଲେ ଭଣ୍ଡାରିପୋଖରୀ ବ୍ଲକ ଆଦମପୁର ଗାଁର କୃପାସିନ୍ଧୁ ବେହେରା। ବିଲରେ ଦିନ ପ୍ରାୟ ୧୨ଟା ବେଳେ କାମ କରୁଥିବା ବେଳେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଥାଉକି, ବର୍ତ୍ତମାନ ସାରା ରାଜ୍ଯରେ ଅସମ୍ଭାଳ ତାତି, ଯାହାଦ୍ବାରା ଜନଜୀବନ ପୁରା ଅସ୍ତବ୍ୟସ୍ତ । ସୋନପୁରରେ ଗତକାଲି ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ୪୪ ଡିଗ୍ରୀ ସେଲସିୟସ ଉପରେ ୪ ଟି ସହରର ତାପମାତ୍ରା ରହିଥିଲା । ୪୦ ଉପରେ ୨୪ ସହରର ପାରଦ ଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.