Below header

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ, ମେଘନାଦ ପାଚେରୀକୁ ଲାଗି ରହିଥିବା ସମସ୍ତ ନିର୍ମାଣକୁ ଭଙ୍ଗାଯିବ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ। ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ରହିଥିବା ସମସ୍ତ ନିର୍ମାଣକୁ ଧୀରେଧୀରେ ଭଙ୍ଗାଯିବ। ଶ୍ରୀମନ୍ଦିର ଚାରିପାଖରେ ମେଘନାଦ ପାଚେରୀକୁ ଲାଗି ଅନେକ ମନ୍ଦିର, ଜୋତାଷ୍ଟାଣ୍ଡ, ଶୌଚାଳୟ ରହିଛି। ୨୦୧୫ ନବକଳେବର ସମୟରେ ମନ୍ଦିର ଚାରିପାଖରୁ ଜବରଦଖଲ ଓ ଅନେକ ବେଆଇନ ଜବରଦଖଲ କରିଥିବା ଦୋକାନ ସହ କେତେକ ମଠ ମଧ୍ୟ ଭଙ୍ଗା ଯାଇଥିଲା। ରାସ୍ତାକୁ ସଂପ୍ରସାରଣ କରାଯାଇ ୩୦ଫୁଟ ଚଉଡ଼ା କରାଯାଇଥିଲା। ଏହାସହ କେନ୍ଦ୍ର ସରକାର ଅବଢା ଓ ଆଇକନସିଟି ଯୋଜନାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଯାତ୍ରୀ ପରିକ୍ରମା ମାର୍ଗ ନିର୍ମାଣ କରାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଏହା ବ୍ୟବହାର ହୋଇନାହିଁ। ଶ୍ରୀମନ୍ଦିରର ସୁରକ୍ଷା, ମନ୍ଦିର ଚାରିପାଖରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ଓ ଯାତ୍ରୀ ପରିକ୍ରମା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.