ଭାରି ପଡିଲା ଭିଡିଓ, ଟିକ୍ ଟକ୍ କରୁଥିବା ବେଳେ ବଢି ପାଣିଲେ ବୁଡି ପ୍ରାଣ ହରାଇଲେ ଯୁବକ

ଭାରି ପଡିଲା ଭିଡିଓ । ଟିକ୍ ଟକ୍ ପାଇଁ କରୁଥିଲେ ଷ୍ଟଣ୍ଟ । ହେଲେ ବଢି ପାଣିଲେ ବୁଡି ହରାଇଲେ ପ୍ରାଣ । ଘଟଣାଟି ହେଉଛି ବିହାରର ଦରଭଙ୍ଗା ଜିଲ୍ଲାର । ଷ୍ଟଣ୍ଟ ସିନ୍ ତିନି ଦିନ ପୂର୍ବର କିନ୍ତୁ ଯୁବକଙ୍କ ମୃତ ଦେହ ଗୁରୁବାର ଦିନ ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ତିନି ଜଣ ସାଙ୍ଗ କାସିମ୍, ଅଫଜଲ ଏବଂ ସିତାରେ ବଢି ପାଣି ଦେଖିବାକୁ ଲାଲା ଚୌରରେ ପହଂଚିଥିଲେ । ଏହା ପରେ ଏହି ପାଣିରେ ଷ୍ଟଣ୍ଟ କରି ମୋବାଇଲରେ ରେକର୍ଡିଂ କରିବାକୁ ଲାଗିଲେ । ଏତିକିରେ ବି ସେମାନଙ୍କ ମନ ପୁରି ନଥିଲା । ବିଭିନ୍ନ ପ୍ରକାର ବିପଦଜ୍ଜନକ ଷ୍ଟଣ୍ଟ କରି ଟିକ୍ ଟକ୍ ଭିଡିଓ ତିଆରି କରିବାକୁ ଲାଗିଲେ । ତେବେ ଏହି ଭିଡିଓ ଭାରି ପଡିଲା ସେମାନଙ୍କ ଉପରେ । ତିନି ମଧ୍ୟରୁ ଅଫଜଲ ପାଣିରେ ବୁଡି ପ୍ରାଣ ହରାଇଥିଲେ ।

tik tok videoଏବେ ସାମ୍ନାକୁ ଆସିଛି ତିନି ଜଣଙ୍କ ଷ୍ଟଣ୍ଟ ଭିଡିଓ । ଯେଉଁଥିରେ ଦେଖିବାକୁ ମିଳିଛି କିଭଳି ସ୍ଲୋ ମୋସନରେ ଦଉଛି ବଢିପାଣିକୁ ଡେଉଁଛନ୍ତି କାସିମ୍ । କାସିମ୍ ଡେଉଁଥିବା ସମୟରେ ଅଫଜଲ୍ ଛିଡା ହୋଇ ତାକୁ ଦେଖୁଛି । ତେବେ ପାଣିକୁ ଡେଇଁବାର କିଛି ସମୟ ପରେ ଛଟପଟ ହେଉଛି କାସିମ୍ । ଯାହାକୁ ବଂଚାଇବା ପାଇଁ ଡେଇଁପଡୁଛି ଅଫଜଲ୍ । ହେଲେ କୌଣସି ପ୍ରକାର କୁଳରେ ଲାଗିଯାଉଛି କାସିମ୍ କିନ୍ତୁ ଅଫଜଲକୁ ଭାଗ୍ୟ ଦେଉନି ସାଥ୍ । ଆଉ ଗଭୀର ପାଣିରେ ବୁଡିଯାଉଛି । ଅନ୍ୟପଟେ ଏ ସମସ୍ତ ଘଟଣା ମୋବାଇଲରେ ରେକର୍ଡ କରୁଥବା ସିତାରେ ଅଫଜଲକୁ ବଂଚାଇବା ପାଇଁ ପାଣିରେ ଡେଇଁ ପଡୁଛି । ହେଲେ ବଂଚାଇପାରିନି ନିଜ ବନ୍ଧୁକୁ । ଏବେ ତିନି ଦିନ ପରେ ଅଫଜଲଙ୍କ ମୃତ ଦେହ ଉଦ୍ଧାର କରିଛି ଏନଡିଆରଏଫ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.