Below header

ଭିତରକନିକା ମ୍ୟାନଗ୍ରୋଭ ସୁରକ୍ଷା ନେଇ ଉଦବେଗ, ଲୋକସଭାର ଶୂନ୍ୟକାଳରେ ପ୍ରଶ୍ନ ଉଠାଇଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ(କେନ୍ୟୁଜ୍): ଭିତରକନିକା ମ୍ୟାନଗ୍ରୋଭ ର ସୁରକ୍ଷା ନେଇ ଉଦବେଗ। ଏନେଇ ଲୋକସଭାର ଶୂନ୍ୟକାଳରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ଭିତରକନିକାରେ ମ୍ୟାନଗ୍ରୋଭର ସୁରକ୍ଷା ଓ ଏଥିପାଇଁ କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଛନ୍ତି ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି। ପରିବେଶ ମନ୍ତ୍ରୀ ବାବୁଲ ସୁପ୍ରିୟୋ ଏହାର ଉତ୍ତରରେ ଗତ ତିନିବର୍ଷ ମଧ୍ୟରେ ଭିତରକନିକା ପାଇଁ ୨୪୯ଲକ୍ଷ ୮୦ହଜାର ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିଥିବା କହିଛନ୍ତି। ଏହାସହ ଭିତରକନିକା ମ୍ୟାନଗ୍ରୋଭର ପରିସର ବୃଦ୍ଧି ଘଟିଥିବା ସେ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.