କାରଗିଲ୍ ବିଜୟ ଦିବସରେ ଭାରତର ବୀର ପୁତ୍ରଙ୍କୁ ସଲାମ୍ କଲେ ଅକ୍ଷୟ କୁମାର, ସେୟାର୍ କଲେ ମନକୁ ଛୁଇଁ ନେବା ପରି ଭିଡିଓ

ଅକ୍ଷୟ କୁମାରଙ୍କ ଦେଶଭକ୍ତି କାହାକୁ ଅଛପା ନାହିଁ । ପୁରା ଦେଶ ଆଜି ପାଳନ କରୁଛି କାରଗିଲ୍ ବିଜୟ ଦିବସ । ଏଥିରୁ କେମିତି ବା ପଛ ଘୁଂଚା ଦେବେ ଖିଲାଡି ବୟ । ଦେଶର ଯବାନଙ୍କୁ ସଲାମ କରି ଏକ ଭିଡିଓ ସେୟାର୍ କରିଛନ୍ତି ଅକ୍ଷୟ । ଏହି ଭିଡିଓରେ କିଛି ଯବାନ ଫିଲ୍ମ କେଶରୀ ର ଗୀତ ତେରି ମିଟି ଗାଉଥିବାର ନଜର ଆସିଛନ୍ତି ।

ଭିଡିଓକୁ ସେୟାର କରିବା ସହ ଅକ୍ଷୟ ଲେଖିଛନ୍ତି ମନକୁ ଛୁଇଁ ନେଇଥିବା ଏହି ଭିଡିଓ ମୋର ଦିନ ବନାଇଦେଲା । ଯେତେବେଳେ ଆମର ଛୋଟ ଏକ ଶ୍ରଦ୍ଧାଞ୍ଜଳୀ ଲୋକଙ୍କ ପର୍ଯ୍ୟନ୍ତ ପହଂଚିପାରୁଛି ସେତେବେଳେ ବହୁତ ଖୁସି ଲାଗିଥାଏ । ଏବେ ଏହାଠୁ ଅଧିକ କଣ କହିବି । ଭାରତର ବୀରଙ୍କୁ କୋଟି କୋଟି ପ୍ରଣାମ ।

ଏହା ସହ ପଢନ୍ତୁ  ଡନଙ୍କ ପାଇଁ ନଥିଲା ‘ଖାଇକେ ପାନ୍ ବନାରସ୍ ବାଲା’ . . . ତେବେ ଏହା କେଉଁ ଫିଲ୍ମର ଗୀତ ଯାହା ଖୋଲିଦେଲା ବିଗ ବିଙ୍କ ଭାଗ୍ୟ ?

ସୂଚନାଯୋଗ୍ୟ ଅକ୍ଷୟଙ୍କ ଫିଲ୍ମ କେଶରୀ ମାର୍ଚ୍ଚରେ ରିଲିଜ୍ ହୋଇଥିଲା । ଫିଲ୍ମର କାହାଣୀ ୧୮୯୭ ରେ ହୋଇଥିବା ସାରାଗଡି ଯୁଦ୍ଧ ଉପରେ ଆଧାରିତ । ଯାହା ବ୍ରିଟିଶ୍ ଇଣ୍ଡିଆନ୍ ଆର୍ମୀର ଶିଖ ରେଜିମେଣ୍ଟ ଏବଂ ଆଫଗାନ୍ ପାର୍ଶୀ ଆର୍ମୀଙ୍କ ମଧ୍ୟରେ ହୋଇଥିଲା । ଏହି ଯୁଦ୍ଧରେ ରେଜିମେଣ୍ଟର ୨୧ ଶିଖ ସୈନିକ ୧୦ହଜାର ଆଫଗାନୀଙ୍କ ସହ ବାହାଦୂରୀ ସହ ସାମ୍ନା କରୁଥିଲା । ଯୁଦ୍ଧରେ ଭାଗ ନେଇଥିବା ହାବିଲଦାର ଇଶର ସିଂହ ଚରିତ୍ରରେ ନଜର ଆସିଥିଲେ ଅକ୍ଷୟ କୁମାର ।

ଦେଖନ୍ତୁ ଭିଡିଓ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.