Below header

ଝିଅ ବିବାହ ପାଇଁ ପ୍ରସ୍ତୁତି କରୁଥିଲେ ହୋମଗାର୍ଡଙ୍କ ପତ୍ନୀ, ଏପଟେ ସ୍ବାମୀ ରଚୁଥିଲା ହତ୍ୟା ଷଡଯନ୍ତ୍ର…ଆଉ ତାପରେ

ମେରଠ: ମେରଠରେ ବାଓଡ୍ରି ରୋଡ୍ ନିକଟରେ ଏକ ମହିଳାଙ୍କୁ ମଙ୍ଗଳବାର ଦିନ ଦ୍ବିପ୍ରହରେ ଗୁଳି କରି ହତ୍ୟା କରିବା ଘଟଣାର ୨୪ଘଣ୍ଟା ଭିତରେ ହିଁ ପର୍ଦାଫାସ ହୋଇଛି । ପୋଲିସ୍ କହିଛି କି, ମହିଳାଙ୍କୁ ତାଙ୍କ ସ୍ବାମୀ ହିଁ ପଚାଶ ହଜାର ଟଙ୍କା ସୁପାରି ଦେଇ ହତ୍ୟା କରିଛି । ହୋମଗାର୍ଡ ଭାବେ କାର୍ଯ୍ୟରତ ଥିବା ସ୍ବାମୀକୁ ପୋଲିସ୍ ଗିରଫ କରିଥିବାବେଳେ ସୁଟର ଫେରାର ଥିବା ସୂଚନା ମିଳିଛି ।

merathସୂଚନା ଅନୁଯାୟୀ ମାମେପୁର ଗଙ୍ଗାନଗର ନିବାସୀ ହୋମଗାର୍ଡ ବ୍ରିଜେସ ବେନିୱାଲଙ୍କ ପତ୍ନୀ ରେଖା(୩୯)ଙ୍କୁ ମଙ୍ଗଳବାର ଦ୍ବିପ୍ରହରରେ ଗୁଳି କରି ହତ୍ୟା କରିଦିଆଯାଇଥିଲା। ସିସିଟିଭି ଫୁଟେଜ୍ ରେ ଦୁଇ ଜଣ ଯୁବକ ରେଖାଙ୍କୁ ଗୁଳି କରି ଫେରାର ହୋଇଯାଇଥିବା ଦେଖିବାକୁ ମିଳିଥିଲା । ରେଖାଙ୍କ ବାପ ଘର ଲୋକ ସ୍ବାମୀ ବ୍ରିଜେସଙ୍କୁ ଏହି ହତ୍ୟାକାଣ୍ଡ ଅଭିଯୁକ୍ତ ବୋଲି ଦାବି କରୁଥିଲେ । ଯାହାଫଳରେ ବୁଧବାର ଲାଲକୁର୍ତ୍ତା ପୋଲିସ୍ ବ୍ରିଜେସକୁ ସନ୍ଦେହରେ କ୍ରାଇମ୍ ବ୍ରାଞ୍ଚ ଅଫିସ ନେଇଯାଇ ସେଠାରେ ପଚରାଉଚରା କରିଥିଲା। ସେହି ସମୟରେ ବ୍ରିଜେସ ସବୁ ସତ ମାନିଯାଇଥିଲା ।

ଏହାସହ ପଢନ୍ତୁ: ପୋଲିସ କହିଲା, ‘ମଦ, ଚିକେନ୍ ଆଣ, ତୁମ ଅଭିଯୋଗ ଗ୍ରହଣ କରାଯିବ’, ଆଉ ତା’ପରେ ମାତାଲ ପୋଲିସର ଭିଡିଓ ବନେଇ ଦେଲେ ଯୁବକ

murder merathପୋଲିସ୍ କହିବା ମୁତାବକ, ପତ୍ନୀ ରେଖାଙ୍କର ଅବୈଧ ସମ୍ପର୍କ ଥିବା ସନ୍ଦେହରେ ସେ ଏପରି କାଣ୍ଡ ଭିଆଇଥିଲା। ଅନ୍ୟପଟେ ୨୨ ନଭେମ୍ବରରେ ଝିଅ ବାହାଘର ଠିକ୍ ହୋଇଥିବାବେଳେ ରେଖା ସବୁ ପ୍ଳାନିଙ୍ଗ କରିସାରିଥିଲେ । କିନ୍ତୁ ଏପଟେ ବ୍ରିଜେସ୍ ପତ୍ନୀଙ୍କୁ ହତ୍ୟା କରିବା ନେଇ ଯୋଜନା ପ୍ରସ୍ତୁତ କରିସାରିଥିଲା । ଯେଉଁ ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.