ଭୋଡାଫୋନ ଅପଡେଟ୍ କରିଛି ୩୬୫ ଦିନର ଏହି ପ୍ଲାନ, ଏବେ ପ୍ରତିଦିନ ମିଳିବ ୧.୫ଜିବି ଡାଟା

ଭୋଡାଫୋନ ଇଣ୍ଡିଆ ନିଜର ବାର୍ଷିକ ପ୍ଲାନକୁ ଅପଡେଟ କରିଛି। ଭୋଡାଫୋନର ୩୬୫ ଦିନ ପ୍ଲାନ ୧,୬୯୯ ଟଙ୍କାର ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ମିଳିବା ସହିତ ସମସ୍ତ ନେଟୱାର୍କରେ ୩୬୫ ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍ କଲିଂ ମଧ୍ୟ ମିଳିବ ଏବଂ ପ୍ରତିଦିନ ଏସଏମଏସ ମଧ୍ୟ ମିଳିବ। ଜଣାଇବାକୁ ଚାହିଁବୁ ଏହା ପୂର୍ବରୁ ଏହି ପ୍ଲାନରେ ପ୍ରତିଦିନ ୧ ଜିବି ଡାଟା ମିଳୁଥିଲା।

ଭୋଡାଫୋନ ଅପଡେଟ ପରେ ନିକଟରେ ଦୁଇଟି ନୂଆ ପ୍ରି-ପେଡ୍ ପ୍ଲାନ ଉପସ୍ଥାନପା କରିଛି ଯେଉଁଥିରେ ୨୦୫ ଟଙ୍କା ଏବଂ ୨୨୫ ଟଙ୍କାର ପ୍ଲାନ ସାମିଲ ଅଛି। ଭୋଡାଫୋନରେ ଏହି ଦୁଇଟି ପ୍ଲାନରେ ୪ ଜିବି ଡାଟା, ଅନଲିମିଟେଡ୍ କଲିଂ ଏବଂ ଏସଏମଏସର ସୁବିଧା ମଧ୍ୟ ମିଳିବ।

Vodafone-1ଭୋଡାଫୋନର ୨୦୫ ଟଙ୍କା ପ୍ଲାନର ବୈଧତା ୩୫ ଦିନର ଅଟେ। ଏବଂ ଏହି ପ୍ଲାନରେ ଗ୍ରାହକଙ୍କୁ ୨ ଜିବି ୩ଚି-୪ଜି ଡାଟା ମିଳିବ। ଏହାଛଡା ଏହି ପ୍ଲାନରେ ସମସ୍ତ ନେଟୱାର୍କ ଉପରେ ଅନଲିମିଟେଡ୍ କଲିଂ ସହିତ ୬୦୦ ଏସଏମଏସ୍ ମଧ୍ୟ ମିଳିବ। ଏହାସହିତ ଗ୍ରାହକଙ୍କୁ ଜି୫, ଭୋଡାଫୋନ ପ୍ଲେ ଏବଂ ମୁଭି ଆପ୍ସର ସବସ୍କ୍ରିପସନ ମିଳିବ।

ଏହା ସହ ପଢ଼ନ୍ତୁ : ମାତ୍ର ଏତିକି ଟଙ୍କା ଦେଇ କରିପାରିବେ ସ୍ମାର୍ଟଫୋନ ଡିସପ୍ଲେର ବୀମା, ଭାଙ୍ଗିଲେ ମିଳିବ ୧୨,୦୦୦ ଟଙ୍କା

୨୨୫ ଟଙ୍କାର ଏହି ପ୍ଲାନରେ ବିଷୟରେ କହିବାକୁ ଗଲେ ଏଥିରେ ୪ ଜିବି ଡାଟା ମିଳିବ ଏବଂ ସମସ୍ତ ନେଟୱାର୍କ ଉପରେ ଅନଲିମିଟେଡ୍ କଲିଂ ସହିତ ମୋଟ୍ ୬୦୦ ମେସେଜ୍ ମିଳିବ। ଏହି ପ୍ଲାନରେ ମଧ୍ୟ ଭୋଡାଫୋନ ପ୍ଲେ, ଜି୫ ଭଳି ଆପ୍ସ ଫ୍ରୀ ସବସ୍କ୍ରିପସନ ମିଳିବ। ଏହି ପ୍ଲାନର ବୈଧତା ୪୮ ଦିନର ଅଟେ। ଭୋଡାଫୋନର ଏହି ଦୁଇଟି ପ୍ଲାନ ବିହାର-ଝାଡଖଣ୍ଡ, ଦିଲ୍ଲୀ-ଏନସିଆର, କର୍ଣ୍ଣାଟକ ଏବଂ ୟୁପି ବେଷ୍ଟରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.