Below header

ବିଧାନସଭାର ଶୂନ୍ୟକାଳରେ ଉଠିଲା କଂପ୍ୟୁଟର ଶିକ୍ଷକ ଛଟେଇ ପ୍ରସଙ୍ଗ

ଭୁବନେଶ୍ବର(କେନ୍ୟୁଜ୍) : ବିଧାନସଭାର ଶୂନ୍ୟକାଳରେ ଉଠିଲା କଂପ୍ୟୁଟର ଶିକ୍ଷକ ଛଟେଇ ପ୍ରସଙ୍ଗ। ରାଜ୍ୟ ସରକାର ୪ହଜାର କଂପ୍ୟୁଟର ଶିକ୍ଷକଙ୍କୁ ଛଟେଇ କରିଛନ୍ତି। ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବା ସହ ସେମାନଙ୍କ ପୁନଃନିଯୁକ୍ତି ଦାବି କରିଛନ୍ତି। ଆଉଟସୋର୍ସିଂ ମାଧ୍ୟମରେ ୨୦୧୪ ମସିହାରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ସେମାନଙ୍କୁ ୬ହଜାର ୫ଶହ ଟଙ୍କା ଦରମା ଦିଆଯାଉଥିବା ବେଳେ ନିଯୁକ୍ତି ଯୋଗାଇଥିବା ସଂସ୍ଥା ୫ଶହରୁ ଏକହଜାର ଟଙ୍କା କାଟି ନେଉଥିବା ପ୍ରଦୀପ ନାଏକ ଗୃହକୁ ଜଣାଇଛନ୍ତି। ଏନେଇ ସରକାର ବିବରଣୀ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ଛଟେଇ ଦ୍ୱାରା ବେକାରୀ ସମସ୍ୟା ସୃଷ୍ଟି ଓ ସେମାନେ ବାଟବଣା ହେବା ଆଶଙ୍କା ରହିଥିବା କହିଛନ୍ତି ବିରୋଧୀ ଦଳ ନେତା। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହାର ଉତ୍ତର ଦେଇ କହିଛନ୍ତି ଏହି ନିଯୁକ୍ତି ଟେଣ୍ଡର ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଆଗକୁ ୨ହଜାର ସ୍କୁଲରେ କଂପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ଦେବେ। ସେତେବେଳ ଏମାନଙ୍କ କଥା ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ହଷ୍ଟେଲ ଭୁଶୁଡ଼ିବା ପ୍ରସଙ୍ଗ ବିଧାନସଭାରେ ଉଠିଛି। ନୂଆ କୋଠା କିପରି ଭୁଶୁଡ଼ି ପଡ଼ିଲା ସେନେଇ ସରକାର ସ୍ପଷ୍ଟୀକରଣ ଦେବାକୁ କଂଗ୍ରେସ ବିଧାୟକ ତାରା ବାହିନୀପତି ଦାବି କରିଛନ୍ତି। ସେହିପରି ସ୍ପଳ୍ପବୃଷ୍ଟି ନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆଜି ଗୃହରେ ବିବୃତି ରଖିବେ। ବିବୃତି ରଖିବା ପାଇଁ ଗତକାଲି ବାଚସ୍ପତି ମନ୍ତ୍ରୀଙ୍କୁ ରୁଲିଂ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.