ବାରିପଦା ହରିବଳଦେବ ଜୀଉ ମନ୍ଦିରର ହେବ ପୁନରୁଦ୍ଧାର
ବାରିପଦା (କେନ୍ୟୁଜ୍): ବାରିପଦା ହରିବଳଦେବ ଜୀଉ ମନ୍ଦିରର ହେବ ପୁନରୁଦ୍ଧାର। ମନ୍ଦିିର ପରିଦର୍ଶନରେ ଯାଇ ଏହି ପ୍ରତିଶ୍ରୁତି ଦେଇଛନ୍ତି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା । ପରେ ସେବାୟତ ଏବଂ ପ୍ରଶାସନ ସହ ଆଲୋଚନା କରିଥିଲେ। ମନ୍ଦିରର ହଜାର ହଜାର ଏକର ଜମି ଜବର ଦଖଲରେ ରହିଛି। ସେପଟେ ନିଜ ପ୍ରାପ୍ୟ ପ୍ରସଙ୍ଗ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ସେବାୟତ। ଏପରିକି ଅର୍ଥ ଅଭାବରୁ ମନ୍ଦିର ନୀତି ନିର୍ଘଣ୍ଟରେ ମଧ୍ୟ ବାଧା ସୃଷ୍ଟି ହେଉଥିବା ସେବାୟତମାନେ ଅଭିଯୋଗ କରିଥିଲେ। ମନ୍ଦିର ମରାମତି ସାଙ୍ଗକୁ ଆନୁସଙ୍ଗିକ ବ୍ୟବସ୍ଥାର ତଦାରଖ କରିବାକୁ ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ।